ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌ କୋର୍ଟରୁ ଆଶ୍ବସ୍ତି

Advertisment
ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌ କୋର୍ଟରୁ ଆଶ୍ବସ୍ତି

Image Courtesy of NDTV

ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିବା ନିମନ୍ତେ ତାଙ୍କ ଆବେଦନ ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଅନୁମତି ଦେବାରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୁବ୍‌ ଆଶ୍ବସ୍ତି ମିଳିଛି।

ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କ ବିରୋଧରେ ତଦନ୍ତ କରାଯାଇ ପାରିବ ବୋଲି ଆଗତ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ କାଏମ ରଖିଥିଲେ।

୨୦୨୧ରେ ମୁଖ୍ୟମନ୍ତ୍ରୀ ଥାଇ ସୁଦ୍ଧା ନିଜ ନାଁରେ ଖଣି ଲିଜ୍‌ ମଞ୍ଜୁର କରାଇଥିବା କଥା ‘ବିଜେପି’ ଅଭିଯୋଗ କରିବାରୁ ସୋରେନ୍‌ ବିଧାୟକ ପଦରୁ ଅଯୋଗ୍ୟ ହୋଇଥାଆନ୍ତେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ବାଚନ କମିସନ୍‌ ମଧ୍ୟ ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଥିଲେ। ତୁରନ୍ତ ନିର୍ବାଚନ କମିସନ୍‌ ସୁପାରିସ ଲାଗୁ କରିବାକୁ ସୋରେନ୍‌ କହିଥିଲେ ବି ରାଜ୍ୟପାଳ କୌଣସି ନିଷ୍ପତ୍ତି ଗ୍ରହଣ କରି ନ ଥିଲେ।

publive-image Image Courtesy of India Today

ପଦବୀରେ ଥିବା ବ‌େଳେ ଲାଭଜନକ ବ୍ୟବସାୟ କରିବା କ୍ଷେତ୍ରରେ ଦ୍ବିତୀୟ ବିକଳ୍ପ ପାଇଁ ରାଜ୍ୟପାଳ ବୈଶ୍‌ ନିର୍ବାଚନ କମିସନ୍‌କୁ ଅନୁରୋଧ କରି ପତ୍ର ଲେଖିଥିଲେ। ସେହି ପତ୍ରର ଗୋଟାଏ କପି ଓକିଲଙ୍କ ଜରିଆରେ ନିର୍ବାଚନ କମିସନ୍‌ରୁ ମଗାଇଥିବା କଥା ମଧ୍ୟ ସୋରେନ୍‌ ରବିବାର ଦିନ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇ ମାସରେ ଚଢ଼ଉ କରି ସୋରେନ୍‌ଙ୍କ ସହଯୋଗୀ ପଙ୍କଜ ମିଶ୍ରା ଏବଂ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ମିଶ୍ରଙ୍କ ଆକାଉଣ୍ଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୧୧.୮୮ କୋଟି ଟଙ୍କା ଜବତ କରିଥିଲା। ମିଶ୍ରାଙ୍କ ଘରୁ ମଧ୍ୟ ଆୟବହିର୍ଭୂତ ୫.୩୪ କ‌ୋଟି ମିଳିଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା। ତିନି ମାସ ତଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସୋରେନ୍‌ଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ମଧ୍ୟ ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe