ଜାଭେଦ ଅଖତରଙ୍କ ମାନହାନି ମାମଲାରେ କଙ୍ଗନା ରାନାଓ୍ଵତଙ୍କୁ ବଡ଼ ଝଟ୍‌କା

ଜାଭେଦ ଅଖତରଙ୍କ ମାନହାନି ମାମଲାରେ କଙ୍ଗନା ରାନାଓ୍ଵତଙ୍କୁ ବଡ଼ ଝଟ୍‌କା

TheWire

ମୁମ୍ବାଇ: କବି ତଥା ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ଆଜି ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏଥିସହ କଙ୍ଗନାଙ୍କୁ କୌଣସି ପ୍ରକାରର ମଧ୍ୟବର୍ତ୍ତୀକାଳିନ ଆଶ୍ୱସ୍ତି ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି। ଏହି ମାମଲାରେ ୩୪ ବର୍ଷୀୟ ଅଭିନେତ୍ରୀ କଙ୍ଗନାଙ୍କୁ ଆସନ୍ତା ସପ୍ତାହରେ ମଙ୍ଗଳବାର (ସେପ୍ଟେମ୍ବର ୧୪) ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ (ସେପ୍ଟେମ୍ବର ୧) ପୂର୍ବତନ ରାଜ୍ୟସଭା ସାଂସଦ ଜାଭେଦ ଅଖତରଙ୍କ ପକ୍ଷରୁ ଆଗତ ହୋଇଥିବା ମାନହାନି ମାମଲାରେ ମୁମ୍ବାଇର କୋର୍ଟ ତାଙ୍କୁ ଉପସ୍ଥିତ ରହିବାକୁ କହିଥିଲେ। କିନ୍ତୁ ଏହି ମାମଲାକୁ ନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ମାମଲାର ଶୁଣାଣି ବିଳମ୍ବ ହୋଇଥିଲା। ତେବେ, ଶୁଣାଣି କାଳରେ କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣିରେ ଅଭିନେତ୍ରୀ କଙ୍ଗନା କୋର୍ଟରେ ଉପସ୍ଥିତ ନରୁହନ୍ତି, ତେବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୭୬ ବର୍ଷୀୟ ଲେଖକ ତଥା କବି ଜାଭେଦ ଅଖତର ଗତ ବର୍ଷ ନଭେମ୍ବରରେ ଆଙ୍ଗେରୀ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ ନିକଟରେ କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବଦନାମ ତଥା ଭିତ୍ତିହୀନ ମନ୍ତବ୍ୟ ଦେଇ ତାଙ୍କର ମାନହାନି କରିଥିବା ଅଭିଯୋଗ କରି ସେ ଏହି ମାନହାନି ମାମଲା ଆଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe