ଏପ୍ରିଲ ୬ରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଥମ ସୈନିକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ

ଏପ୍ରିଲ ୬ରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଥମ ସୈନିକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ

image source--business standard

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ସାମାଜିକ ସଂଗଠନ ବୋଲି କୁହାଯାଉଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆର୍ ଏସ୍ ଏସ୍) ଏବେ ରଜ୍ଜୁ ଭୈୟା ସୈନିକ ବିଦ୍ୟାମନ୍ଦିର (ଆରବିଏସଭିଏମ୍) ନାମରେ ଏକ ସୈନିକ ବିଦ୍ୟାଳୟ ଖୋଲିବାକୁ ଯାଉଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୂର୍ବତନ ମୁଖ୍ୟ (ସରସଂଘଚାଳକ) ସ୍ବର୍ଗତ ରଜ୍ଜୁ ଭୈୟାଙ୍କ ନାମରେ ଏହି ବିଦ୍ୟାଳୟର ନାମକରଣ କରାଯାଇଛି।  ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହା ଖୋଲୁଥିବା ଜଣାଯାଇଛି।
ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ଏନଡିଏ, ନାଭାଲ୍ ଏକାଡେମି ଏବଂ ଇଣ୍ଡିଆନ ଆର୍ମି ପାଇଁ ୧୦+୨ ଟେକନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ। ଏହାର ପ୍ରଥମ ବ୍ୟାଚ ପାଇଁ ୧୬୦ ଜଣ ଛାତ୍ରଙ୍କୁ ମନୋନୀତ କରାଯିବ। ଏଥିପାଇଁ ଇତିମଧ୍ୟରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ପ୍ରଥମ ବ୍ୟାଚ୍ ପାଇଁ ଫେବୃଆରୀ ୨୩ ତାରିଖ ଯାଏଁ ପଞ୍ଜିକରଣ କରାଯିବ ଏବଂ ମାର୍ଚ୍ଚ ୧ତାରିଖରେ ଏଥିଲାଗି ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଛାତ୍ରଛାତ୍ରୀମାନଙ୍କର ତର୍କଶାସ୍ତ୍ର, ସାଧାରଣଜ୍ଞାନ, ଗଣିତ ଏବଂ ଇଂରାଜି ଆଦି ବିଷୟ ଉପରେ ପରୀକ୍ଷା କରାଯିବ। ଏହାପରେ ମନୋନୀତ ଛାତ୍ରଛାତ୍ରୀଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଚଳିତ ବର୍ଷ ଏପ୍ରିଲ୍ ୬ ତାରିଖରୁ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଠାରେ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷାଦାନ କରାଯିବ। ମନେୀନୀତ ଛାତ୍ରମାନଙ୍କୁ ଷଷ୍ଠ ଶ୍ରେଣୀରେ ପ୍ରବେଶ କରାଯିବ।

publive-image image source-jansatta

ସୂଚନାଯୋଗ୍ୟ, ଆରବିଏସବିଏମ୍ ଏକ ଆବାସିକ ବିଦ୍ୟାଳୟ । ଏହାଛଡ଼ା ରଜ୍ଜୁ ଭୈୟା ସୈନିକ ବିଦ୍ୟାମନ୍ଦିର (ଆରବିଏସଭିଏମ୍)ରେ ମୃତ ସୈନିକଙ୍କ ପିଲାମାନଙ୍କ ପାଇଁ ୮ଟି ସିଟ୍ ସଂରକ୍ଷିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe