The Indian Express
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ପ୍ରୟାସ ଦ୍ଵାରା ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତ ତଳକୁ ଖସିଛି । ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ରଣନୀତି, ପରୀକ୍ଷଣ ଏବଂ ରୋଗୀଙ୍କ ଚିକିତ୍ସାର ମାନ ଉପରେ ଆଧାରିତ ଚିକିତ୍ସା ପରିଚାଳନାର ନିୟମାବଳୀ ଯୋଗୁଁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି । ମୃତ୍ୟୁ ହାର ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ୨.୪୯ ପ୍ରତିଶତରେ ପହଞ୍ଚିଛି ଯାହା ଭାରତରେ ସର୍ବନିମ୍ନ ।
କେନ୍ଦ୍ର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଏବଂ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରିଛନ୍ତି । ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସହ-ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅନେକ ରାଜ୍ୟ ଜନସଂଖ୍ୟା ସର୍ଭେ କରିଛନ୍ତି । ମୋବାଇଲ ଆପ ପରି ବୈଷୟିକ ସମାଧାନ ବିପଦପୂର୍ଣ୍ଣ ଜନସଂଖ୍ୟାକୁ ନିରନ୍ତର ନୀରିକ୍ଷଣରେ ରଖିବା ସୁନିଶ୍ଚିତ କରିଛି, ଯାହା ଦ୍ଵାରା ଶୀଘ୍ର ଚିହ୍ନଟ, ସମୟୋଚିତ ଡାକ୍ତରୀ ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସକୁ ସୁନିଶ୍ଚିତ କରାଇପାରିଛି । ତୃଣମୂଳ ସ୍ତରରେ, ଆଶା ଏବଂ ଏଏନଏମ ପରି ଆଗଧାଡିର ସ୍ୱାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟାକୁ ପରିଚାଳନା କରିବା ଏବଂ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ୟ୍ୟ କରିଛନ୍ତି । ଫଳସ୍ୱରୂପ, ଜାତୀୟ ମୃତ୍ୟୁ ହାରଠାରୁ ୨୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କମରେ ରହିଛନ୍ତି । ୫ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଶୂନ ମୃତ୍ୟୁହାର ସଂଖ୍ୟାରେ ରହିଛନ୍ତି । ୧୪ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧ ପ୍ରତିଶତରୁ କମ ମୃତ୍ୟୁ ହାର ରହିଛି ଯାହା ଦେଶର ପ୍ରଶଂସନୀୟ ଜନସ୍ୱାସ୍ଥ୍ୟ ଜନିତ ପଦକ୍ଷେପ ଯୋଗୁ ସମ୍ଭବ ହୋଇଛି ।
| ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ | ମୃତ୍ୟୁହାର (%ରେ) | ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ | ମୃତ୍ୟୁହାର (%ରେ) | 
| ମଣିପୁର | 0.00 | ହିମାଚଳ ପ୍ରଦେଶ | 0.75 | 
| ନାଗାଲାଣ୍ଡ | 0.00 | ବିହାର | 0.83 | 
| ସିକ୍କିମ | 0.00 | ଝାଡଖଣ୍ଡ | 0.86 | 
| ମିଜୋରାମ | 0.00 | ତେଲଙ୍ଗାନା | 0.93 | 
| ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜ | 0.00 | ଉତ୍ତରାଖଣ୍ଡ | 1.22 | 
| ଲଦାଖ | 0.09 | ଆନ୍ଧ୍ର ପ୍ରଦେଶ | 1.31 | 
| ତ୍ରିପୁରା | 0.19 | ହରିୟାଣା | 1.35 | 
| ଆସାମ | 0.23 | ତାମିଲନାଡୁ | 1.45 | 
| ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ | 0.33 | ପୁଡୁଚେରି | 1.48 | 
| କେରଳ | 0.34 | ଚଣ୍ଡିଗଡ | 1.71 | 
| ଛତିଶଗଡ | 0.46 | ଜମ୍ମୁ ଓ କଶ୍ମୀର | 1.79 | 
| ଅରୁଣାଚଳ ପ୍ରଦେଶ | 0.46 | ରାଜସ୍ଥାନ | 1.94 | 
| ମେଘାଳୟ | 0.48 | କର୍ଣ୍ଣାଟକ | 2.08 | 
| ଓଡିଶା | 0.51 | ଉତ୍ତରପ୍ରଦେଶ | 2.36 | 
  
 Follow Us