ବେଙ୍ଗାଲୁରୁ: କର୍ଣ୍ଣାଟକର ସିରାରେ ପଦ୍ମ ଫୁଟିଛି। ଯେଉଁ ଆସନରେ ବିଜେପିର ଜିତିବା ଆଶା କ୍ଷୀଣ ଥିଲା ସେହି ଆସନରେ ବିଜେପି ବିଜୟ ହାସଲ କରିବା ନିଶ୍ଚିତ ଭାବେ ବିଜେପି ପାଇଁ ଏକ ଶୁଭ ସଙ୍କେତ। ତେବେ ସିରାରେ ଜିତିବା ବିଜେପି ପାଇଁ ଏକ ଉଲ୍ଲେଖନୀୟ ସଫଳତା। ନିର୍ବାଚନ କମିସନ୍ ତଥ୍ୟ ଅନୁଯାୟୀ ବିଜେପି ପ୍ରାର୍ଥୀ ଡ. ରାଜେଶ ଗୌଡ଼ା କଂଗ୍ରେସର ଟିବି ଜୟଚନ୍ଦ୍ରକୁ ହରାଇଛନ୍ତି। ସେହିପରି ବିଜେପିର ମୁନିରଥନ ରାଜରାଜେଶ୍ବରୀ ଉପନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି। ତେବେ ବିଜେପି ଆଦୌ ଜିତିନଥିବା ଏହି ଆସନଗୁଡ଼ିକରେ ବିଜୟ ହାସଲ କରିବା ମୁଖ୍ୟମନ୍ତ୍ରୀ ବି ଏସ୍ ୟଦ୍ୟୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କ ପାଇଁ ହୋଇଛି ବୋଲି କୁହାଯାଉଛି। ସିରା ଉପନିର୍ବାଚନ ପାଇଁ ଘୋଷଣା ହେବା ସମୟରେ ବିଜେପି ପାଖରେ ଜଣେ ଯୋଗ୍ୟ ପ୍ରାର୍ଥୀ ନଥିଲେ। ବିଜେପି ଶେଷରେ କୁଞ୍ଚାଟିଗା ଭୋକ୍କାଲିଗା ସମ୍ପ୍ରଦାୟରୁ ରାଜେଶ ଗୌଡ଼ାଙ୍କୁ ପ୍ରାର୍ଥି କଲା। କୁଞ୍ଚାଟିକା ଭୋକ୍କାଲିଗା ଜାତିର ସିରାରେ ଏକ ସ୍ବତନ୍ତ ପ୍ରାଧାନ୍ୟ ରହିଛି। ବିଜେପିର ପ୍ରାର୍ଥୀ ଘୋଷଣା ହେବାପରେ ବିଜୟେନ୍ଦ୍ର ସିରାରେ ୨୦ରୁ ଅଧିକ ଦିନ କ୍ୟାମ୍ପ୍ ପକାଇ ରହିଥିଲେ। ବିଜୟେନ୍ଦ୍ରଙ୍କ ପାଇଁ ହିଁ ବିଜେପି ସିରାରେ ଜିତିଲା ବୋଲି କୁହାଯାଉଛି। ସିରାରେ ବିଜୟ ବିଜେପି ପାଇଁ ଏକ ନୂଆ ଆରମ୍ଭ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us