Image Courtesy of TOI
ନୂଆଦିଲ୍ଲୀ: ପୂର୍ବାପେକ୍ଷା ଶୀଘ୍ର ଯାତାୟତ କରିବା ଏବଂ ପଶ୍ଚିମ ସୀମାନ୍ତରେ ପାକିସ୍ତାନ ଓ ପୂର୍ବ ସୀମାନ୍ତରେ ଚୀନ୍କୁ ମୁକାବିଲା କରିବାକୁ ସୈନ୍ୟ ପ୍ରେରଣ ବା ଅଦଳ ବଦଳ କରିବା ପାଇଁ ଭାରତୀୟ ରେଳବାଇ ଓ ସେନାବାହିନୀ ପରସ୍ପରକୁ ସହଯୋଗ କରିବାକୁ ସ୍ଥିର କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ସେନାର ଆବଶ୍ୟକତା ପାଇଁ ରେଳବାଇ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଲାଣି। ଟ୍ୟାଙ୍କ୍, ହାଓ୍ଵିଟ୍ଜରର୍ସ ଆଜି ବୋଝେଇ ପାଇଁ କଂକ୍ରିଟ୍ ର୍ୟାମ୍ପ୍ ନିର୍ମାଣ ସରିଛି। ଅରୁଣାଚଳ ପ୍ରଦେଶର ଭାଲୁକପୋଙ୍ଗ୍, ନାଗାଲାଣ୍ଡ୍ର ଦିମାପୁର, ଶିଳାପଥର, ମିଶାମାରି ଏବଂ ଆସାମର ମୁର୍କୋଙ୍ଗ୍ସେଲେକ୍ ଆଦି ସ୍ଥାନକୁ ଯିବା ପାଇଁ ପଦାତିକ ବାହିନୀର ଲଢୁଆ ଯାନବାହନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛି। ଏ ସବୁ ବ୍ୟବସ୍ଥା ଚୀନ୍ ଉପରେ କଡ଼ା ଦୃଷ୍ଟିରଖି କରାଯାଇଛି।
ସ୍ୱତନ୍ତ୍ର ସାମରିକ ରେଳ ଦ୍ରୁତଗତିରେ ଚଳାଇବା ଉପରେ ଧ୍ୟାନ ଦେଇ ସମ୍ପ୍ରତି ରେଳବାଇ ପରୀକ୍ଷାମୂଳକ ଭାବେ ଚଳାଚଳ ଆରମ୍ଭ କରିଛି।
ଏହାଛଡ଼ା ସେନା ନିଜର ୫ ହଜାର ଓ୍ଵାଗନ୍ର ଅବସ୍ଥିତି ଉପରେ ଲକ୍ଷ୍ୟ ରଖିବା ପାଇଁ ଅନ୍ଲାଇନ୍ ଟ୍ୟାଗିଙ୍ଗ୍ ବ୍ୟବସ୍ଥା କରିଛି।
Follow Us