ଫୋର୍ବସ୍‌ ଶକ୍ତିଶାଳୀ ମହିଳା ତାଲିକା: ଶୀର୍ଷରେ ମର୍କେଲ, ପଛକୁ ଥେରେସା

ଭାରତର ଚନ୍ଦା କୋଚର, ପ୍ରିୟଙ୍କା ଚୋପ୍ରାଙ୍କ ସମେତ ୫ ଜଣ

ଫୋର୍ବସ୍‌ ଶକ୍ତିଶାଳୀ ମହିଳା ତାଲିକା: ଶୀର୍ଷରେ ମର୍କେଲ, ପଛକୁ ଥେରେସା

The Financial Express

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବାଣିଜ୍ୟ, ପୁଞ୍ଜିନିବେଶ, ବୈଷୟିକ ଜ୍ଞାନକୌଶଳ, ଉଦ୍ୟୋଗ, ନେତୃତ୍ୱ ଏବଂ ଜୀବନଶୈଳୀ ଉପରେ ବିଶେଷ ତର୍ଜ୍ଜମା କରୁଥିବା ପ୍ରଖ୍ୟାତ ଇଂରାଜୀ ପତ୍ରିକା ଫୋର୍ବସ ପକ୍ଷରୁ ୨୦୧୭ ମସିହା ପାଇଁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ଦ୍ୱାଦଶ ଥର ଏବଂ ଲଗାତର ସପ୍ତମ ବର୍ଷ ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ ରହିଛନ୍ତି।

ଫୋର୍ବ ପ୍ରକାଶିତ ଏହି ତାଲିକାରେ ୨୩ ଜଣ ନବାଗତାଙ୍କୁ ସ୍ଥାନ ମିଳିଥିବା ବେଳେ ପ୍ରଥମ ପାଞ୍ଚ ଜଣଙ୍କ ମଧ୍ୟରେ ରହିଥିବା ବିଶ୍ୱର ଅନ୍ୟ ପ୍ରଭାବଶାଳୀ ମହିଳାମାନେ ହେଲେ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହଅଧ୍ୟକ୍ଷା ମେଲିଣ୍ଡା ଗେଟ୍‌ସ(ତୃତୀୟ), ଫେସବୁକ୍‌ର ମୁଖ୍ୟ ପରିଚାଳକ(ସିଓଓ) ସେରିଲ୍‌ ସ୍ୟାଣ୍ଡବର୍ଗ(ଚତୁର୍ଥ) ଏବଂ ଜେନେରାଲ୍‌ ମୋଟର୍ସର ସିଇଓ ମେରି ବାରା(ପଞ୍ଚମ),

ତେବେ ବିଶ୍ୱର ଏହି ଶକ୍ତିଶାଳୀ ଶହେ ଜଣ ମହିଳାଙ୍କ ମଧ୍ୟରେ ଭାରତର ପାଞ୍ଚ ଜଣ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଟର ୩୨ ତମ ସ୍ଥାନରେ ଏବଂ ପ୍ରଖ୍ୟାତ ନାୟିକା ପ୍ରିୟଙ୍କା ଚୋପ୍ରା ୯୭ତମ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିଏଓ ରୋସନି ନାଦାର ମାଲହୋତ୍ରା(୫୭ତମ), ବାୟୋକନ୍‌ର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା କିରଣ ମଜୁମଦାର ସ’(୫୮ତମ) ଏବଂ ଏଚ୍‌ଟି ମିଡିଆର ଅଧ୍ୟକ୍ଷା ତଥା ସମ୍ପାଦକୀୟ ନିର୍ଦ୍ଦେଶକ ଶୋଭନା ଭାଟିଆ(୭୧ତମ) ମଧ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe