ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଯୋଗୁଁ ଅତି ବିପଜ୍ଜନକ ପରିଣାମ ଘଟିପାରେ: ଏସ୍‌. ଜୟଶଙ୍କର

Advertisment
ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଯୋଗୁଁ ଅତି ବିପଜ୍ଜନକ ପରିଣାମ ଘଟିପାରେ: ଏସ୍‌. ଜୟଶଙ୍କର

Image Courtesy of Zee News

ଗାନ୍ଧୀନଗର: ଲିଙ୍ଗଗତ ଅସନ୍ତୁଳନତା ଭଳି ବିପଜ୍ଜନକ କୁପରିଣାମ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଭାରତରେ ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଅନାବଶ୍ୟକ ବୋଲି ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ରବିବାର ଦିନ ତାଙ୍କ ରଚିତ ପୁସ୍ତକ ‘ଦି ଇଣ୍ଡିଆ ୱେ: ଷ୍ଟ୍ରାଟେଜିସ୍‌ ଫର୍‌ ଆନ୍‌ ଅନ୍‌ସର୍ଟନ୍‌ ୱାର୍ଲଡ୍‌’ର ଗୁଜରାଟୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବା ବେଳେ  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତିରେ ଶିକ୍ଷା, ସାମାଜିକ ସଚେତନତା ଏବଂ ସମୃଦ୍ଧି ଯୋଗୁଁ ତ ଦେଶରେ ଜନସଂଖ୍ୟା ଆପଣାଛାଏଁ କମିବାରେ ଲାଗିଛି।

ଉପରୋକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଲେ, ଭାରତୀୟ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଚାଲିଛି। ଏହାର କାରଣ ହେଉଛି ଶିକ୍ଷା, ସାମାଜିକ ସଚେତନତା ଏବଂ ସମୃଦ୍ଧି। ସମୟାନୁକ୍ରମେ ଆମ୍ଭମାନଙ୍କ ମଧ୍ୟରୁ ସମସ୍ତଙ୍କ ପରିବାର ଆକାର କ୍ଷୁଦ୍ର ହୋଇଗଲାଣି।

publive-image Image Courtesy of DNA India

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ୟୁଏନ୍‌ ୱାର୍ଲଡ୍‌ ପପୁଲେସନ୍‌ ପ୍ରୋସ୍‌ପେକ୍ଟସ୍‌, ୨୦୨୨ ପୂର୍ବାନୁମାନ କରିଛି ୨୦୨୩ ସୁଦ୍ଧା ଚୀନ୍‌କୁ ଟିପି ଭାରତ ୧୪୦ କୋଟି ଜନତାଙ୍କୁ ନେଇ ବିଶ୍ବର ସବୁଠୁ ଜନବହୁଳ ‌ରାଷ୍ଟ୍ର ହେବ। ସମ୍ପ୍ରତି ଭାରତର ଜନସଂଖ୍ୟା ହେଉଛି  ବିଶ୍ବ ଜନସଂଖ୍ୟାର ୧୭.୫%।

୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୦ କୋଟି ଏବଂ ୨୦୫୦ ସୁଦ୍ଧା ୧୬୬ କ‌ୋଟିରେ ପହଞ୍ଚିବ ବୋଲି ଦର୍ଶାଯାଉଛି। ସ୍ବାଧୀନତା ପରଠାରୁ ଦେଶର ଜନସଂଖ୍ୟା ଢାଞ୍ଚାରେ ବିରାଟ ପରିବର୍ତ୍ତନ ଘଟିଛି। ୧୯୫୧ ଜନଗଣନା ଅନୁସାରେ ଭାରତରେ ଜନସଂଖ୍ୟା ବିସ୍ଫୋରଣ ଘଟିଥିଲା। ଏହାଛଡ଼ା, ଦେଶରେ ସାମଗ୍ରିକ ପ୍ରଜନନ ହାର ମଧ୍ୟ ହ୍ରାସ ପାଇଥିଲା ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe