କୋଲକାତାରେ ମେଡିକାଲ କଲେଜ ଭଙ୍ଗାରୁଜା ପରେ ପୁଣି ଆରମ୍ଭ ହେଲା ଡାକ୍ତରଙ୍କ ଧର୍ମଘଟ

Advertisment
କୋଲକାତାରେ ମେଡିକାଲ କଲେଜ ଭଙ୍ଗାରୁଜା ପରେ ପୁଣି ଆରମ୍ଭ ହେଲା ଡାକ୍ତରଙ୍କ ଧର୍ମଘଟ

କୋଲକାତା : ଗତ ରାତିରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ପରେ ପୁଣି ଥରେ ଡାକ୍ତରଙ୍କ ଧର୍ମଘଟ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ଫୋର୍ଡା ପକ୍ଷରୁ ଘୋଷଣା କରାଯାଇଛି। ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ ଇଣ୍ଡିଆ (ଫୋର୍ଡା) କହିଛି ଯେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଘଟଣା ପରେ ଆମେ ଆମର ସହକର୍ମୀ ଏବଂ ଡାକ୍ତରୀ ସମୁଦାୟ ସହିତ ଅଛୁ ।

ଆମେ ବିଶ୍ୱାସ କରୁଛୁ ଯେ ଆମର ପୂର୍ବ ନିଷ୍ପତ୍ତି ସଦ୍ ଭାବନା ଭିତ୍ତିରେ ନିଆଯାଇଥିଲା। ମନ୍ତ୍ରଣାଳୟ ଦ୍ୱାରା ଆମକୁ ଦିଆଯାଇଥିବା ପ୍ରତିଶ୍ରୁତି ଆମ ସମାଜରେ ଦୁଃଖ ଏବଂ ନିରାଶା ସୃଷ୍ଟି କରିଛି । ଗତକାଲି ରାତିର ଘଟଣା ଆମକୁ ସ୍ତବ୍ଧ ଓ ଦୁଃଖିତ କରିଛି। ଏହା ଆମ ବୃତ୍ତି ପାଇଁ ଏକ ଅନ୍ଧାର ଅଧ୍ୟାୟ ପରି । ଗତକାଲିର ଘଟଣା ପାଇଁ ଆମେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରୁଛୁ। ନିକଟରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଆମେ ତୁରନ୍ତ ଧର୍ମଘଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।

ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ହଠାତ୍ ୧୦୦ରୁ ୧୫୦ ଜଣ ଲୋକ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ପଶି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ପ୍ରଥମେ ଡାକ୍ତରମାନେ ବସିଥିବା ମଞ୍ଚରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାପରେ ସେମାନେ ପୁଲିସ ଗାଡ଼ି ଭଙ୍ଗାରୁଜ୍ଜା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe