ଫୋନ ସୁଇଚ ଅଫ କରି ଲୁଚିଯାଇଛନ୍ତି ବିଦେଶ ଫେରନ୍ତା, କରୋନା ନମୁନା ପରୀକ୍ଷା ପାଇଁ ଖୋଜୁଛନ୍ତି ସରକାର

Advertisment
ଫୋନ ସୁଇଚ ଅଫ କରି ଲୁଚିଯାଇଛନ୍ତି ବିଦେଶ ଫେରନ୍ତା, କରୋନା ନମୁନା ପରୀକ୍ଷା ପାଇଁ ଖୋଜୁଛନ୍ତି ସରକାର

Image Courtesy of Hindustan Times

ବିଶାଖାପାଟଣା: ଭାରତରେ କରୋନା ଓମିକ୍ରନର ଏକ ନୂତନ ପ୍ରକାରର ବିପଦ ଧୀରେ ଧୀରେ ବଢ଼ିବାରେ ଲାଗିଛି | ସେପଟେ ଆନ୍ଧ୍ରପ୍ରଦେଶରୁ ଏକ ବଡ ଖବର ଆସିଛି। ବାସ୍ତବରେ, ଗତ ୧୦ ଦିନ ମଧ୍ୟରେ, ବିଦେଶରୁ ପ୍ରାୟ ୬୦ ଜଣ ଯାତ୍ରୀ ବିଶାଖାପାଟଣା ବିମାନବନ୍ଦରରେ ପହଞ୍ଚିଥିଲେ | ସେଥିମଧ୍ୟରୁ ନଅ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଛନ୍ତି | ୬୦ଜଣଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀ ବିଶାଖାପାଟଣାରେ ରହୁଥିବାବେଳେ ଅବଶିଷ୍ଟ ୩୦ ଜଣ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଏହି ୩୦ ଜଣଙ୍କୁ ଖୋଜୁଛନ୍ତି। ତେବେ ଏହି ୩୦ ଜଣଙ୍କ ମଧ୍ୟରୁ କେତେକ ଫୋନ୍ ଉଠାଇବା ମଧ୍ୟ ବନ୍ଦ କରି ଦେଇଛନ୍ତି।

ସେମାନେ ଫୋନ ସୁଇଚ ଅଫ କରି ରଖିଥିବାରୁ ଏବେ ସରକାରଙ୍କର ଚିନ୍ତା ବଢିଛି | କାରଣ ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ସରକାର ଏହି ଲୋକଙ୍କ ଆରଟିପିସିଆର ପରୀକ୍ଷା କରିବାକୁ ଚାଁହୁଥିଲେ ବି ଏମାନେ ଧରାଛୁଆଁ ଦେଉନାହାନ୍ତି |

ସୂଚନା ଥାଉ କି ଯେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା | ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ୧୧,୫୦୦ ନୂତନ ମାମଲା ପଞ୍ଜିକୃତ ହୋଇଛି | ଆଶ୍ଚର୍ଯ୍ୟର କାରଣ ଏହିକି ଯେ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ, ଏହି ଦେଶରେ ପ୍ରତିଦିନ ୨୦୦ ରୁ ୩୦୦ଟି କରୋନା ମାମଲା ଆସୁଥିଲା | ଆଉ ମାତ୍ର ୧୫ ଦିନ ମଧ୍ୟରେ ଏହା ଆଖିପିଛୁଳାକେ ସଂକ୍ରମିତ ହେବାରେ ଲାଗିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe