Image Source: Zee News
ଶ୍ରୀନଗର: ଆଜି ସେନାବାହିନୀ ୨୫ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କର ଏକ ଟିମ୍କୁ ଜମ୍ମୁ ଓ କଶ୍ମୀରର ନିରାପତ୍ତା ପରିସ୍ଥିତି ବିଷୟରେ ଅବଗତ କରାଇବେ।
ଜମ୍ମୁ ଓ କଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଦ୍ୱିତୀୟ ବ୍ୟାଚ୍ରେ ଆସିଥିବା ୨୫ଜଣ ବିଦେଶୀ ରାଷ୍ଟ୍ରଦୂତ ବୁଧବାର ଦିନ ଏଠାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରିଆ, ବୁଲ୍ଗେରିଆ, କାନାଡା, ଚେକ୍ ରିପବ୍ଲିକ୍, ଡେନ୍ମାର୍କ, ଡୋମିନିକାନ୍ ରିପବ୍ଲିକ୍, ୟୁରୋପିଆନ୍ ୟୁନିୟନ୍, ଫ୍ରାନ୍ସ୍, ଜର୍ମାନି, ଗିନି ସାଧାରଣତନ୍ତ୍ର, ହଙ୍ଗେରି, ଇଟାଲି, କେନିଆ, କିର୍ଗିଜ୍ସ୍ତାନ, ମେକ୍ସିକୋ, ନାମିବ୍ୟା, ନେଦର୍ଲାଣ୍ଡ୍ସ୍, ନିୟୁଜିଲାଣ୍ଡ୍, ପୋଲାଣ୍ଡ୍, ର୍ଵାଣ୍ଡା, ସୋଲ୍ଭାକିଆ, ତାଜିକିସ୍ତାନ, ଉଗାଣ୍ଡା ଏବଂ ଉଜ୍ବେକିସ୍ତାନର ପ୍ରତିନିଧିନି।
Image Source: The Times of Indiaଆଜି ସେମାନେ ଜମ୍ମୁ ଓ କଶ୍ମୀରର ମୁଖ୍ୟ ବିଚାରପତି, ଲେଫ୍ଟ୍ନାଣ୍ଟ୍ ଗଭର୍ଣ୍ଣର୍, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ଜମ୍ମୁ ଡିଭିଜନ୍ର ସିଭିଲ୍ ସୋସାଇଟିର ସଦସ୍ୟମାନଙ୍କ ସହ ଆଲୋଚନା କରିବେ।
ବୁଧବାର ଦିନ ସେମାନେ ବାରମୂଳା, ଶ୍ରୀନଗର ଏବଂ ଜମ୍ମୁ ଗସ୍ତ କରି ସିଭିଲ୍ ସୋସାଇଟିର ପ୍ରତିନିଧିମାନଙ୍କୁ ଭେଟିଥିଲେ। ଜମ୍ମୁ ଓ କଶ୍ମୀରରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଓ ନିରାପତ୍ତା ପରିସ୍ଥିତି ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଥିଲା।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଜାନୁଆରି ୯ ଓ ୧୦ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା, ଭିଏତ୍ନାମ, ଦକ୍ଷିଣ କୋରିଆ, ବ୍ରାଜିଲ୍, ନିଗର, ନାଇଜେରିଆ, ମୋରୋକୋ, ଗୁଆନା, ଆର୍ଜେଣ୍ଟିନା, ଫିଲିପ୍ପିନ୍ସ୍, ନର୍େଓ୍ଵ, ମାଳଦ୍ୱୀପ, ଫିଜି, ଟୋଗୋ, ବାଂଲାଦେଶ ଏବଂ ପେରୁ ଆଦି ୧୫ଟି ଦେଶର ରାଷ୍ଟ୍ରଦୂତମାନେ ଜମ୍ମୁ ଓ କଶ୍ମୀର ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ।
Follow Us