ଭାରତୀୟ ଆଇନ ଉଲ୍ଲଂଘନ କଲେ ବିଦେଶୀ ସାମ୍ବାଦିକ ବି ଦଣ୍ଡିତ ହେବେ: ଗୃହ ମନ୍ତ୍ରାଳୟ

ଭାରତୀୟ ଆଇନ ଉଲ୍ଲଂଘନ କଲେ ବିଦେଶୀ ସାମ୍ବାଦିକ ବି ଦଣ୍ଡିତ ହେବେ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ କାର୍ଯ୍ୟରତ ବିଦେଶୀ ସାମ୍ବାଦିକମାନେ ଦେଶରେ ପ୍ରଚଳିତ ଆଇନର ଅମାନ୍ୟ କଲେ ଦଣ୍ଡ ଭୋଗ କରିବେ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟରର ଜଣେ ସାମ୍ବାଦିକ ଆଇନ ଉଲ୍ଲଂଘନ କରିବାରୁ ତାଙ୍କୁ ଭାରତରେ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି। ରଏଟରର ଦିଲ୍ଲୀ ଅଫିସରେ କାର୍ଯ୍ୟ କରୁଥିବା ମୁଖ୍ୟ ଫଟୋ ସାମ୍ବାଦିକ କାଥାଲ ମ୍ୟାାକ୍‌ ନଉଟନ୍‌ଙ୍କୁ ବିଦେଶ ଗସ୍ତରୁ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରୁ ହିଁ ଫେରାଇ ଦିଆଯାଇଛି। ଭାରତରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ।

publive-image

ପୁଲିଜର ପୁରସ୍କାର ବିଜୟୀ ମ୍ୟାକ୍‌ ନଉଟନ୍‌ ବିନା ଅନୁମତିରେ ଜମ୍ମୁ-କଶ୍ମୀରର କେତେକ ସଂରକ୍ଷିତ ଅଞ୍ଚଳକୁ ଗସ୍ତ କରି ସେଠାରୁ ରିପୋର୍ଟ କରିଥିଲେ। ବିଦେଶୀ ନାଗରିକଙ୍କୁ ଏଥିଲାଗି ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ହୋଇଥିଲେ ହେଁ ଏହା ସେ କରି ନ ଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜନୈକ ଅଧିକାରୀ କହିଛନ୍ତି ,‘ଆଇନ ସମସ୍ତଙ୍କ ଲାଗି ସାମନ। ବିଦେଶୀମାନେ ଭାରତୀୟ ଆଇନକୁ ସମ୍ମାନ ଦେବା ଉଚିତ। ଜଣେ ଭାରତୀୟ ଯଦି ବିଦେଶରେ ଆଇନ ଉଂଲ୍ଲଘନ କରୁଛନ୍ତି,ତେବେ ସେ ସେଠାରେ ଦଣ୍ଡିତ ହେଉଛନ୍ତି । ଆୟର୍ଲାଣ୍ଡ ଅଧିବାସୀ ମ୍ୟାକ୍‌ ନଉଟନ୍‌ ଜଣେ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ସତ , କିନ୍ତୁ ଭାରତୀୟ ଆଇନ ଉଲ୍ଲଂଘନ କଲେ ଦଣ୍ଡିତ ହେବେ ନିଶ୍ଚିତ।’

ତେବେ ତାଙ୍କର ଭାରତ ପ୍ରବେଶ ଉପରେ ଲାଗିଥିବା ନିଷେଧାଦେଶ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ନିଷ୍ପତ୍ତିର ସମୀକ୍ଷା ହେବ। ତା’ପରେ ଏହା ଉଠାଇ ନିଆଯାଇ ପାରିଥାଏ। ଉଲ୍ଲେକଯୋଗ୍ୟ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର,ଉତ୍ତରାଖଣ୍ଡ, ରାଜସ୍ତାନର କିଛି ଅଂଶକୁ ଯିବା ଲାଗି ପ୍ରଦେଶାଧିକାର ଜରୁରି। ଏଥିସହ ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ ଗ୍ରସ୍ତ ସଂପୂର୍ଣ୍ଣ ଭାବେ ନିଷିଦ୍ଧ। ଏଥିଲାଗି ବିଦେଶୀ ନାଗରିକଙ୍କୁ ଅନୁମତି ନେବାକୁ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe