ପାକିସ୍ତାନର ଆଶଙ୍କା- ବିଦେଶୀ ଗୁପ୍ତଚର ଏଜେନ୍‌ସି ହଫିଜ୍‌ ସଈଦ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି

ପାକିସ୍ତାନର ଆଶଙ୍କା- ବିଦେଶୀ ଗୁପ୍ତଚର ଏଜେନ୍‌ସି ହଫିଜ୍‌ ସଈଦ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି

Image Courtesy of NDTV

ଇସ୍‌ଲାମାବାଦ୍‌: ଅଟକ ଥିବା ମୁମ୍ବାଇ ଆତଙ୍କବାଦ ଆକ୍ରମଣର ମାଷ୍ଟର୍‌ ମାଇଣ୍ଡ୍‌ ହଫିଜ୍‌ ସଈଦ୍‌ଙ୍କ ନିରାପତ୍ତା ବ୍ୟବସ୍ଥା ଅଧିକ ଦୃଢ଼ କରିବାକୁ ଆତଙ୍କବାଦ ମୁକାବିଲା ସକାଶ ନିହିତ ପାକିସ୍ତାନୀ କର୍ତ୍ତୃପକ୍ଷ ପଞ୍ଜାବ ପ୍ରଦେଶର ଗୃହବିଭାଗକୁ କହିଛି। ପ୍ରକାରାନ୍ତରେ ଭାରତୀୟ ଗୁଇନ୍ଦା ଏଜେନ୍‌ସି ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ଵିଙ୍ଗ୍‌ (ର’)କୁ ଇଙ୍ଗିତ କରି ସେମାନେ କହିଛନ୍ତି ଯେ ଏକ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ସଦସ୍ୟଙ୍କ ସହାୟତାରେ ତାଙ୍କୁ ହତ୍ୟା କରିବାକୁ ଏକ ବିଦେଶୀ ଗୁଇନ୍ଦା ଏଜେନ୍‌ସି ଯୋଜନା କରୁଛି।

ଏବେ ସଇଦ୍‌ଙ୍କୁ ଲାହୋର ଅନ୍ତର୍ଗତ ଜୋହାର ଟାଉନ୍‌ର ୧୧୬-ଇ ବାସଭବନରେ ରଖାଯାଇଛି।

ଆନୁଷ୍ଠାନିକ ସୂତ୍ରରୁ ପ୍ରକାଶ ପାକିସ୍ତାନର ଅଭ୍ୟନ୍ତର ଆତଙ୍କବାଦ-ମୁକାବିଲା କର୍ତ୍ତୃପକ୍ଷ ‘ନ୍ୟାସ୍‌ନାଲ୍‌ କାଉଣ୍ଟର୍‌ ଟେରରିଜମ୍‌ ଅଥରିଟି’ ଲାହୋରସ୍ଥିତ ପଞ୍ଜାବର ଗୃହ ବିଭାଗକୁ ଏକ ପତ୍ର ପଠାଇଛି। ସେଥିରେ ଉଲ୍ଲେଖ ଅଛି, ସଈଦ୍‌ଙ୍କୁ ହତ୍ୟା କରିବା ନିମନ୍ତେ ବିଦେଶୀ ଗୁପ୍ତଚର ଏଜେନ୍‌ସି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ଦୁଇ ଜଣ କର୍ମୀଙ୍କୁ ୮୦ ନିୟୁତ ଟଙ୍କା ଦେଇଛି।
୨୦୦୯ରେ ଗଠିତ ‘ନ୍ୟାସ୍‌ନାଲ୍‌ କାଉଣ୍ଟର୍‌ ଟେରରିଜମ୍‌ ଅଥରିଟି’ ପାକିସ୍ତାନର ନିରାପତ୍ତା ସମ୍ମୁଖୀନ ହେଉଥିବା ଆତଙ୍କବାଦକୁ ମୁକାବିଲା କରିବା ନିମନ୍ତେ କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘସୂତ୍ରୀ ଯୋଜନା କରିବା ଏବଂ ତାହାକୁ ପ୍ରଣୟନ କରିବାକୁ ବାଧ୍ୟ ହୋଇଥାଏ।

ସଈଦ୍‌ଙ୍କ ଲାହୋର ବାସଭବନ ଚର୍ତୁପାର୍ଶ୍ୱରେ କଡ଼ା ନିରାପତ୍ତା ବ୍ୟବସ୍ଥା କରିବା ନିମନ୍ତେ ‘ନ୍ୟାସ୍‌ନାଲ୍‌ କାଉଣ୍ଟର୍‌ ଟେରରିଜମ୍‌ ଅଥରିଟି’ ଗୃହ ବିଭାଗକୁ କହିଛି। ସଈଦ୍‌ଙ୍କ ବାସ ଭବନକୁ ପଞ୍ଜାବ ସରକାର କାରାଗାର ବୋଲି ଘୋଷଣା କରିଛି।

ଏ ବର୍ଷ ଆଦ୍ୟ ଭାଗରେ ସଈଦ୍‌ଙ୍କୁ ଗିରଫ କରାଯାଇଥିଲା। ଲକ୍ସର୍‌-ଏ-ତୈବାକୁ ସମର୍ଥନ କରୁଥିବା ତାଙ୍କର ନିଷିଦ୍ଧ ସଙ୍ଗଠନ ଜମ୍ମାତ୍‌-ଉଦ୍‌-ଦାଓ୍ଵା ଏ ବର୍ଷ ଅଗଷ୍ଟରେ ‘ମିଲି ମୁସ୍‌ଲିମ୍‌ ଲିଗ୍‌’ ଆରମ୍ଭ କରିଥିଲା, କିନ୍ତୁ ପାକିସ୍ଥାନର ନିର୍ବାଚନ କମିସନ୍‌ ଏହାକୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକରଣ କରିବାକୁ ଅଗ୍ରାହ୍ୟ କରି ଦେଇଥିଲା।

ସଈଦ୍‌ଙ୍କ ଗିରଫ ଏବଂ ବିଚାର ସଂକ୍ରାନ୍ତରେ ସୂଚନା ଦେବାକୁ ୨୦୧୨ରେ ଆମେରିକା ୧୦ ମିଲିୟନ୍‌ ଡଲାର୍‌ ପୁରସ୍କାର ଘୋଷଣା କରିଥିଲା। ତାଙ୍କ ଗିରଫଦାରି ପରେ ତେହ୍‌ରୀକ୍‌-ଏ-ଆଜାଦି ଅଧୀନରେ ଜେୟୁଡି ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲା, କିନ୍ତୁ ଗତ ଜୁଲାଇ ମାସରେ ଗୃହ ବିଭାଗ ସେ ସଙ୍ଗଠନକୁ ନିଷିଦ୍ଧ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe