Foreign tourist cleaning up garbage at tourist spot: Video goes viral, Kangana reacts Photograph: (sambad.in)
ନୂଆଦିଲ୍ଲୀ: ଦେଶ ବିଦେଶରୁ ଲୋକମାନେ ପର୍ଯ୍ୟଟନ ପାଇଁ ହିମାଚଳ ପ୍ରଦେଶକୁ ଆସନ୍ତି। ସମ୍ପ୍ରତି ସେଠାକାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବିଦେଶୀ ପର୍ଯ୍ୟଟକ ଅଳିଆ ଉଠାଉଥିବାର ଦେଖାଯାଉଛି। ଏହି ଭିଡିଓଟି ଭାରତୀୟଙ୍କ ସିଭିକ୍ ସେନ୍ସ ଏବଂ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ କରିଛି। ଏହା ଉପରେ ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ନୈତିକ ଦାୟିତ୍ୱର ଅଭାବକୁ ସମାଲୋଚନା କରି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି।
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରିରେ ସେହି ବ୍ୟକ୍ତିଙ୍କ ଭିଡିଓ ସେୟାର କରି ନିଜର ନିରାଶା ଭାବ ପ୍ରକାଶ କରି ଲେଖିଛନ୍ତି, "ଲଜ୍ଜାଜନକ।" । ଭିଡିଓଟି ଅନଲାଇନରେ ସେୟାର ହେବା ପରେ, ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଅନେକ ଭାରତୀୟ ପର୍ଯ୍ୟଟକଙ୍କ 'ସିଭିକ ସେନ୍ସ'ର ଅଭାବକୁ ସମାଲୋଚନା କରିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ମନ୍ତବ୍ୟ ଦେଇଛନ୍ତି, ଅନେକ ଥର କୁହାଯାଇଛି, ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ଆପଣଙ୍କ ପିଲାମାନଙ୍କୁ ଶିଖାନ୍ତୁ ଯେ, ଏହା ଭୁଲ୍। ମୁଁ ଲୋକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ଗାଡ଼ିରୁ ଅଳିଆ ବାହାରେ ଫିଙ୍ଗିବାକୁ କହୁଥିବାର ଦେଖିଛି। ଆମ ମଧ୍ୟରେ ଶୂନ୍ୟ 'ସିଭିକ ସେନ୍ସ' ଅଛି।
ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ପୁଣି ଥରେ ପ୍ରମାଣିତ ହେଲା। ଏହା ସରକାରଙ୍କ ଦୋଷ ନୁହେଁ, କିନ୍ତୁ ଭାରତରେ ଅଳିଆ ସମସ୍ୟା ଭାରତୀୟମାନଙ୍କର। ଆଉ ଜଣେ ୟୁଜର ଲେଖିଛନ୍ତି,ଏହା ପ୍ରମାଣ କରେ ଯେ, ସେମାନେ ଭାରତୀୟମାନଙ୍କ ଅପେକ୍ଷା ଭଲ। ସେମାନଙ୍କ ଶରୀର ରଙ୍ଗ ଯୋଗୁ ନୁହେଁ, ବରଂ ନାଗରିକତା ଜ୍ଞାନ ଯୋଗୁ।
ସୂଚନାଯୋଗ୍ୟ,କଙ୍ଗନା ରାଣାୱତ ଶେଷ ଥର ପାଇଁ ଫିଲ୍ମ'ଏମର୍ଜେନ୍ସି'ରେ ନଜର ଆସିଥିଲେ। ଏହା ଚଳିତ ବର୍ଷ ଜାନୁଆରିରେ ରିଲିଜ୍ ହୋଇଥିଲା। ସେ ପରବର୍ତ୍ତୀ ସମୟରେ ଆର. ମାଧବନଙ୍କ ସହ ଏକ ମନସ୍ତାତ୍ତ୍ୱିକ ଥ୍ରୀଲରରେ ନଜର ଆସିବେ। ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ: ପ୍ରତି ବୁଥ୍କୁ ୧୦ ଲକ୍ଷ: ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲିଲେ ମମତା
Kangana Ranaut | Himachal Pradesh
Follow Us