Image Courtesy of Deccan Chronicle
ସାନ୍ ଜସ୍: ରବିବାର ଦିନ କୋଷ୍ଟାରିକାରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଥିଲେ ବୋଲି ସର୍ବସାଧାରଣ ସୁରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି।
ନେଚର୍ ଏୟାର୍ ଡୋମେଷ୍ଟିକ୍ ଏୟାର୍ଲାଇନ୍ର ଏହି ବିମାନଟି କୋଷ୍ଟାରିକାର ଗୁଆନାକାଷ୍ଟ ଉପଦ୍ୱୀପ ଅନ୍ତର୍ଗତ ପ୍ରାଶାନ୍ତ ମହାସାଗର ଉପକୂଳୀୟ ବେଳାଭୂମି ସହର ପୁଣ୍ଟା ଇସ୍ଲିଟା ନିକଟସ୍ଥ ପାର୍ବତ୍ୟାଞ୍ଚଳରେ ଖସି ପଡ଼ିଥିଲା। ଏ କଥା ନିଜର ଫେସ୍ବୁକ୍ ପେଜ୍ରେ ଉଲ୍ଲେଖ କରିଛନ୍ତି ମୁଖପାତ୍ର କାର୍ଲୋସ୍ ହିଡାଲ୍ଗୋ।
ଏହି ଘରୋଇ ବିମାନରେ ୧୦ ଜଣ ବିଦେଶୀ ଯାତ୍ରୀ ଏବଂ ଦୁଇ ଜଣ ସ୍ଥାନୀୟ ପରିଚାରକ ଥିବା କଥା ନିରାପତ୍ତା ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି।
Image Courtesy of Mirrorଦୁର୍ଘଟଣାଗ୍ରସ୍ତ ବିମାନର ଜଳନ୍ତା ଭଗ୍ନାଂଶ ଜଙ୍ଗଲିଆ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିବା ଛବି ହିଡାଲ୍ଗୋ ପୋଷ୍ଟ କରିଛନ୍ତି।
ସମସ୍ତ ଯାତ୍ରୀଙ୍କ ଶବ ପୋଡ଼ି ଯାଇଛି। ମୃତବ୍ୟକ୍ତିଙ୍କର ନାମ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ସେଥିରୁ ୫ ଜଣଙ୍କର ସାଜ୍ଞା ଏକା ହୋଇଥିବାରୁ ସେମାନେ ସମ୍ପର୍କୀୟ ବୋଲି ଜଣା ଯାଉଛି।
ବିମାନଟି ସାନ୍ ଜସ୍ର ଜୁଆନ୍ ସାନ୍ତାମେରିଆ ବିମାନବନ୍ଦରରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍ରେ ଅବତରଣ କରିବ ବୋଲି ସ୍ଥିର କରାଯାଇଥିଲା।
Follow Us