ଅପରିଷ୍କାର ଶୌଚାଳୟର ଫଟୋ ପୋଷ୍ଟ କରିବାରୁ ବିଦେଶୀନିଙ୍କୁ ମିଳିଲା ଏଭଳି ଉତ୍ତର

ଅପରିଷ୍କାର ଶୌଚାଳୟର ଫଟୋ ପୋଷ୍ଟ କରିବାରୁ ବିଦେଶୀନିଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ କଡ଼ା ଜବାବ। ପ୍ରତିକ୍ରିୟା ଦେଇ କହି‌ଲେ, ‘ବଡ଼ ଦେଶରେ ବି ଖୋଜିଲେ ଅନେକ ତ୍ରୁଟି ବାହାରିବ।

QE

ନୂଆଦିଲ୍ଲୀ: ଉଦୟପୁରର ସିଟି-ଜୟପୁର ଇଣ୍ଟରସିଟି ଏକ୍ସପ୍ରେସର ସେକେଣ୍ଡ କ୍ଲାସର ଅପରିଷ୍କାର ଟଏଲେଟର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବିଦେଶୀ ମହିଳା ଯାତ୍ରୀ ଇରିନା ମୋରେନୋ ଏହି ଭିଡିଓ କ୍ଲିପକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛିଦିନ ପୂର୍ବରୁ ସେୟାର କରିଥିଲେ। 

ଭିଡିଓରେ ଅପରିଷ୍କାର ଶୌଚାଳୟ ସହିତ ସଫାସୁତୁରାର ଅଭାବ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସେୟାର କରି ଇରିନା କ୍ୟାପସନରେ ଲେଖିଛନ୍ତି, ‘ଭାରତର ଟ୍ରେନରେ ୱେଷ୍ଟର୍ଣ୍ଣ ଟଏଲେଟ. ଦ୍ବିତୀୟ ଶ୍ରେଣୀ ଟ୍ରେନ ୧୨୯୯୧।’

ଇରିନାଙ୍କ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି,‘ବଡ଼ ଦେଶରେ ଖୋଜିଲେ ଅନେକ ତ୍ରୁଟି ବାହାରିବ। ଆପଣ ଶସ୍ତା ଯାତ୍ରା ପାଇଁ ଏହି ଟ୍ରେନକୁ ବାଛିଛନ୍ତି। ବନ୍ଦେ ଭାରତ ଓ ମେଟ୍ରୋ ଭଳି ଟ୍ରେନର ବିକଳ୍ପ ଥିଲା। ଆଗାମୀ ଯାତ୍ରା ଭଲ ବଜେଟ ସହିତ ଭାରତ ଆସିବ। ଯଦ୍ବାରା ଆପଣଙ୍କୁ ଟ୍ରେନରେ ଭଲ ସୁବିଧା ମିଳିବ।

ଅଧିକପଢ଼ନ୍ତୁ:ସାଙ୍ଗମାନଙ୍କ ସହିତ ଭିଡିଓ ସୁଟ କରୁଥିବା ବେଳେ ଟ୍ରେନ ଧକ୍କାର ଶିକାର ହେଲେ ବାଳକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe