ଆସନ୍ତା ସପ୍ତାହରେ ତଡ଼ା ହେବେ ବିଦେଶୀ ଜମାତୀ, ମାମଲା ରୁଜୁ ହୋଇଥିବା ବିଦେଶୀଙ୍କ କଥା ବିଚାର ଚାଲିଛି

Advertisment
ଆସନ୍ତା ସପ୍ତାହରେ ତଡ଼ା ହେବେ ବିଦେଶୀ ଜମାତୀ, ମାମଲା ରୁଜୁ ହୋଇଥିବା ବିଦେଶୀଙ୍କ କଥା ବିଚାର ଚାଲିଛି

True Scoop News

ନୂଆଦିଲ୍ଲୀ: ଗତ ମାସରେ ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ଆୟୋଜିତ ତବଲିଗି ଜମାତ ମର୍କଜରେ ସାମିଲ ହୋଇଥିବା ୮୫୪ ଜଣ ବିଦେଶୀ ମୌଲାନାଙ୍କୁ ଦେଶରୁ ତୁରନ୍ତ ବିଦା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିା ପରିଭ୍ରମଣ ଭିସାରେ ଭାରତ ଆସି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଭାଗନେଇଥିବା ଯଦିଓ ଏହି ବିଦେଶୀ ଜମାତୀମାନଙ୍କୁ କଳାତାଲିକାଭୁକ୍ତ କରାସରିଛି, ଯାହାଦ୍ବାରା ଭବିଷ୍ୟତରେ ଆଉ ଭାରତ ଆସିବାକୁ ଅନୁମତି ମିଳିବ ନାହିାଁ ତେବେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସଂଗରୋଧରେ ଅଟକ ଥିବା ଏହି ବିଦେଶୀଙ୍କୁ ସେମାନଙ୍କ ସଂଗରୋଧ ଅବଧି ପୂରିବା ପରେ ପ୍ରାୟତଃ ଆଗାମୀ ସପ୍ତାହରେ ନିଜ ନିଜ ଦେଶକୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସେମାନଙ୍କୁ ଦିଲ୍ଲୀ ସ୍ଥିତ ନିଜ ଦେଶର ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇ ତୁରନ୍ତ ନିଜ ମାଟିକୁ ପଠାଇବାର ବ୍ୟବସ୍ଥା କରାଇବାକୁ କୁହାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛିା ତେବେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ଧାରା, ବିଦେଶୀ ନାଗରିକ ଧାରା ଏବଂ ବିପର୍ଯ୍ୟୟ ପ୍ରଶମନ ଧାରାରେ ସଙ୍ଗିନ ଏତଲାମାନ ରୁଜୁ ହୋଇଛି, ସେମାନଙ୍କ ପାଇଁ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ବିଚାର ବିମର୍ଶ ଜାରି ରହିଥିବା କୁହାଯାଇଛିା

ଦିଲ୍ଲୀ ସ୍ଥିତ ତବଲିଗିର ମୁଖ୍ୟ କାର୍ଯ୍ୟାଳୟ ହିଁ ଏବେ ଦେଶର ପ୍ରମୁଖ କରୋନା ସଂକ୍ରମଣ ସ୍ଥଳ (ହଟ୍‌ସ୍ପଟ) ଭାବେ ପ୍ରମାଣିତ ହୋଇଛିା ଗତ ମାସରେ ଦିଲ୍ଲୀରେ ଆୟୋଜିତ ଏହି ତବଲିଗି ସମାବେଶ ପରେ ଜମାତୀମାନେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ ଯାହା ଦ୍ବାରା କି କରୋନା ଭୂୂତାଣୁର ସଂକ୍ରମଣ କଳ୍ପନାତୀତ ଭାବେ ବୃଦ୍ଧି ପାଇଥିଲାା ଏଥି ଯୋଗୁଁ ଦିଲ୍ଲୀ ଏବଂ ତମିଲନାଡୁ ସବୁଠୁ ବେଶୀ ସଂକ୍ରମଣଜନିତ ସମସ୍ୟାରେ ପଡି଼ଛନ୍ତିା ଏହି ତବଲିଗି ଜମାତୀମାନେ ବିଭିନ୍ନ ସ୍ଥାନରେ ଦେଶର ସ୍ବାସ୍ଥ୍ୟକର୍ମୀ ସମେତ ସୁରକ୍ଷାକର୍ମୀଙ୍କ ପାଇଁ ମଧ୍ୟ ଚରମ ମୁଣ୍ତବ୍ୟଥାର କାରଣ ପାଲଟିଛନ୍ତିା ଗତମାସର ଶେଷ ସପ୍ତାହ ବେଳକୁ ପ୍ରଥମ ପଦକ୍ଷେପ ସ୍ବରୂପ ଜମାତ ମୁଖ୍ୟ କାର୍ଯ୍ୟାଳୟରେ ଗୋପନରେ ଠୁଳ ହୋଇ ରହିଥିବା ୨୩୦୦ ପାଖାପାଖି ସଦସ୍ୟଙ୍କୁ ଖାଲି କରାଯାଇଥିଲାା ତେବେ ସେତେବେଳକୁ ସଂଖ୍ୟାଧିକ ବିଦେଶୀ ଜମାତୀଙ୍କର ପତ୍ତା ମିଳିନଥିଲା ା ତେବେ ପରେ ସେମାନେ ଦିଲ୍ଲୀର ୧୬ଟି ବିଭିନ୍ନ ମସ୍‌ଜିଦ୍‌ରେ ଲୁଚି ରହିଥିବା ଜଣାପଡି଼ଥିଲା ା ସେହି ସବୁ ମସ୍‌ଜିଦ୍‌ରେ ଚଡ଼ଉ କରାଯାଇ ସେଠାରୁ ୧୮୦ ଜଣ ବିଦେଶୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜମାତୀ ସହ ଜଡି଼ତ ଆଉ ୬୦୦ ବିଦେଶୀଙ୍କ ମଧ୍ୟ ପତ୍ତା ମିଳିଥିଲାା ଏବେ ମୋଟ ୮୫୪ ଜଣ ବିଦେଶୀ ଜମାତୀ ହିଁ ଚିନ୍ତାର ବିଷୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe