କରୋନା ଦାୟିତ୍ବ ପାଇଁ ଜୀବନକୁ ବାଜି: କର୍କଟ ଚିକିତ୍ସା ଭୁଲିଗଲେ ଆଇପିଏସ୍‌ ଅଧିକାରୀ

କରୋନା ଦାୟିତ୍ବ ପାଇଁ ଜୀବନକୁ ବାଜି: କର୍କଟ ଚିକିତ୍ସା ଭୁଲିଗଲେ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଜାରି ରହିଥିବା ଲକ୍‌ଡାଉନ୍ ପରିସ୍ଥିତି ବେଳେ ବିଶେଷ କରି ସ୍ବାସ୍ଥ୍ୟକର୍ମୀ ଏବଂ ସୁରକ୍ଷା କର୍ମୀମାନେ ହିଁ ପ୍ରକୃତ ସମ୍ମୁଖ ଯୋଦ୍ଧାର ଦାୟିତ୍ବ ନିର୍ବାହ କରୁଛନ୍ତିା ତେବେ ଏପରି ବିଶେଷ ସ୍ଥିତିରେ ନିଜର ଦାୟିତ୍ବ ନିଭାଇବା ଅବସରରେ ନିଜ ଜୀବନକୁ ବାଜି ଲଗାଇ ଦିଲ୍ଲୀର ଆଇପିଏସ୍‌ ଅଧିକାରୀ ଆନନ୍ଦ ମିଶ୍ର ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତିା ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାରେ ସେ ଏତେ ମଗ୍ନ ଯେ ନିଜ ଶରୀରରେ ଦେଖାଦେଇଥିବା ଘାତକ କର୍କଟ ଗ୍ରନ୍ଥିର ଉପଚାର ପାଇଁ ମଧ୍ୟ ଚିକିତ୍ସାଳୟ ଯିବାକୁ ପସନ୍ଦ ନକରି ବିରଳ ଉଦାହରଣ ପାଲଟିଯାଇଛନ୍ତିା

ସୂଚନାନୁଯାୟୀ, ଗତ ମାସ ପ୍ରାରମ୍ଭରେ ଯୁବ ଆଇପିଏସ୍‌ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ସଦର ଦିଲ୍ଲୀର ଡେପୁଟି କମିସନର ଭାବେ ନିଯୁକ୍ତି ମିଳିଥିବା ବେଳେ ମାସର ଶେଷ ସପ୍ତାହ ବେଳକୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ତେବେ ସେ ନିୟୋଜିତ ଥିବା ଇଲାକାରେ ବହୁ ସଂଖ୍ୟକ ଦାଦନ ଶ୍ରମିକ ଠୁଳ ହୋଇଥିବା କାରଣରୁ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା ଯାହାକୁ ସୁଚାରୁରୂପେ ପରିଚାଳନା କରିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ହିଁ ଆହ୍ବାନ ପାଲଟିଥିଲାା ପ୍ରତ୍ୟହ ସେ ଅନ୍ୟ ସହଯୋଗୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଶ୍ରମିକମାନଙ୍କୁ ଆବଶ୍ୟକ ଖାଦ୍ୟପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରିବା ସହ ସେମାନଙ୍କ ଭଲମନ୍ଦ କଥା ମଧ୍ୟ ବୁଝୁଥିଲୋ ଏହି ଅବସରରେ ଗତ ଏପ୍ରିଲ ୧ ତାରିଖରେ ସେ ନିଜ ଗଳାରେ ପୀଡା଼ ଅନୁଭବ କରିବାରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ଅଚାନକ ତାଙ୍କ ଥାଇରଏଡ୍ ଗ୍ରନ୍ଥି କର୍କଟ ଆକ୍ରାନ୍ତ ହୋଇଥିବା କଥା ଜଣାପଡି଼ଥିଲାା ମାତ୍ର ସେ ଏଥିରେ ଆଦୌ ବିବ୍ରତ ହୋଇନଥିଲେ, ବରଂ ଅବିଚଳିତ ଭାବେ ସେ ନିଜର କର୍ତ୍ତବ୍ୟପରାୟଣତା ବଜାୟ ରଖି ବାହ୍ୟସ୍ଥିତିରେ ସ୍ବାଭାବିକତା ଆଣିପାରିଥିଲେ।

publive-image

ତେବେ ପରିସ୍ଥିତି ସୁଧୁରିବା ପରେ ଏହି ଯୁବ ପୁଲିସ ଅଧିକାରୀଙ୍କର ଗତ ସପ୍ତାହରେ ହୋଇଥିବା ନୈଦାନିକ ପରୀକ୍ଷାରେ ଉକ୍ତ କର୍କଟ ଗ୍ରନ୍ଥି ପ୍ରବଳ ମାତ୍ରାରେ ବଢ଼ିବା ସହ ଏହାର ତତ୍କାଳ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲୋ ଫଳରେ ସେ ବାଧ୍ୟ ହୋଇ କିଛି ସମୟ ପାଇଁ ନିଜ ଦାୟିତ୍ବରୁ ବିରତି ନେଇ ସ୍ଥାନୀୟ ରାଜୀବ ଗାନ୍ଧି କର୍କଟ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରରେ ଭର୍ତ୍ତି ହେବା ସହ ଉକ୍ତ କର୍କଟ ଗ୍ରନ୍ଥିର ଅସ୍ତ୍ରୋପଚାର ମଧ୍ୟ କରାଇଥିଲୋ ଏବେ ସେ ବିପଦମୁକ୍ତ ଥିଲେ ହେଁ ଡାକ୍ତରଖାନାରେ ତାଙ୍କୁ ୪୮ ଘଣ୍ଟିଆ ଅବିରତ ନିରୀକ୍ଷଣରେ ରଖାଯାଇଛିା ତେବେ ସର୍ବୋପରି ତାଙ୍କର ଏଭଳି ଉତ୍ସାହ ଏବଂ କର୍ତ୍ତବ୍ୟପରାୟଣତା ଯୋଗୁଁ ତାଙ୍କ ସହଯୋଗୀ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କ ପ୍ରଶଂସାରେ ଏବେ ଶତମୁଖ ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe