କରୋନା କାଳରେ ଅସଲ ବନ୍ଧୁ ଆମୀର; ବିଚ୍ଛିନ୍ନ ଜୀବନ ବିତାଉଥିବା ସଂକ୍ରମିତଙ୍କ ଘରେ ପହଞ୍ଚାଉଛନ୍ତି ଖାଦ୍ୟ

Advertisment
କରୋନା କାଳରେ ଅସଲ ବନ୍ଧୁ ଆମୀର; ବିଚ୍ଛିନ୍ନ ଜୀବନ ବିତାଉଥିବା ସଂକ୍ରମିତଙ୍କ ଘରେ ପହଞ୍ଚାଉଛନ୍ତି ଖାଦ୍ୟ

The New Indian Express

କାକିନାଡ଼ା: ଆନ୍ଧ୍ରର  ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରଭାରାମର ୪୫ ବର୍ଷୀୟ ଆମୀର ପାଶା। ଗତ ୧୭ ବର୍ଷ ଧରି କରିଆସୁଛନ୍ତି ସମାଜସେବା। ଯେତେବେଳେ ଏହି ମହାମାରୀ ଆରମ୍ଭ ହୋଇଥିଲା ସେ ଏବଂ ତାଙ୍କ ପରିବାରର ସଦସ୍ୟ ଅନ୍ୟମାନଙ୍କୁ ଏକାଠି କରି ଏକ ଦଳ ଗଠନ କରି ରୋଗୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ରୋଗୀଙ୍କ ଦ୍ବାରକୁ ଯାଇ ବିତରଣ ମଧ୍ୟ କରିଥିଲେ। ପୂର୍ବ ଗୋଦାବରୀ ଜିଲ୍ଲାରେ କରୋନା ଭାଇରସ୍ ଦ୍ବାରା ଲୋକେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ସଂଖ୍ୟା ପ୍ରାୟ ଏକ ଲକ୍ଷରେ ପହଞ୍ଚିଛି।

ଆମିର ତାଙ୍କ ଫେସବୁକ୍ ପୃଷ୍ଠାରେ ଏକ ବାର୍ତ୍ତା ପୋଷ୍ଟ କରି  ତାଙ୍କୁ ଏହି କାମରେ  ସହଯୋଗଦେବାକୁ ଏବଂ ରୋଗୀମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଯାହା ଫଳରେ ଅତି କମ୍‌ରେ ୧୦ ଜଣ ସ୍ୱେଚ୍ଛାସେବୀ ଆଗକୁ ଆସିଥିଲେ। ଯେଉଁମାନଙ୍କ ସହଯୋଗରେ ଆମୀର ହୋମ କ୍ୟାରେଣ୍ଟିନରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସ୍ଥିର କଲେ। କେବଳ ସେତିକି ନୁହେଁ, ସେମାନେ କରୋନା ଭାଇରସ୍ ପୀଡିତଙ୍କ ଶେଷ ସଂସ୍କାର କରିବାକୁ ମଧ୍ୟ ସ୍ଥିର କରିଥିଲେ।

ଅଗଷ୍ଟ ୧ ତାରିଖରୁ ଏହି ଟିମ୍ ଘରେ ବିଚ୍ଛିନ୍ନ ହୋଇଥିବା ଅଭାବୀ ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଇବାରେ ନିୟୋଜିତ ଅଛନ୍ତି । ହାରାହାରି ଦିନକୁ ୫୦ରୁ ୬୦ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଉଛନ୍ତି। ଆମୀର ଏବଂ ତାଙ୍କ ଦଳ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରଥାନ୍ତି। ତାଙ୍କ ପତ୍ନୀ ଆକ୍‌ସା ପାଶା ଏବଂ ଝିଅ ମାଇମୁନା ପାଶାଙ୍କ ସମେତ ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ମଧ୍ୟ ଏଥିରେ ଜଡ଼ିତ ରହିଛନ୍ତି । ବର୍ତ୍ତମାନ ସେମାନେ ରାଜାମହେନ୍ଦ୍ରଭାରାମ, ବମ୍ମୁରୁ, କଣ୍ଟାମୁରୁ, ଡୋଲେଶ୍ୱରମ୍, ମୋରାମ୍ପୁଡି ଏବଂ ନିକଟସ୍ଥ ଅଂଚଳର ରୋଗୀମାନଙ୍କୁ ମାଗଣା ଭୋଜନ ଯୋଗାଉଛନ୍ତି।

publive-image The New Indian Express

ଆମୀରଙ୍କ ଦଳରେ ଏସ୍‌କେ ରସୁଲ, କେ ଦୁର୍ଗା ପ୍ରସାଦ, ଏ ସୁଧୀର, ଭି ସୁରେଶ, ମହମ୍ମଦ ଆକ୍ରାମ ଏବଂ ମହମ୍ମଦ ଜାଫର ପ୍ରମୁଖ ଅଛନ୍ତିି। ଆମେ ବିଭିନ୍ନ ଅଂଚଳକୁ ଯାଉଛୁ ଏବଂ ନିଜ ଗାଡିରେ ଖାଦ୍ୟ ଯୋଗାଉଛୁ ବୋଲି ସେ କହିଛନ୍ତି। ଏସ୍‌କେ ରସୁଲ ଜଣେ ଇମାମ, ସୁଧୀର ଜଣେ ସଫ୍ଟୱେୟାର ଇଞ୍ଜିନିୟର, ସୁରେଶ ଜଣେ ସୁନା କାରିଗର ହୋଇଥିବା ବେଳେ ଜାଫର ଏବଂ ଆମୀର ଚାକିରି ସନ୍ଧାନରେ ରହିଛନ୍ତି।

ଆକ୍ରାମ ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ରାଜାମହେନ୍ଦ୍ରଭାରାମର ଜି ଲକ୍ଷ୍ମୀ ଦେବୀଙ୍କୁ ଏହି ଦଳ ସାହାଯ୍ୟ କରିଥିଲା। ଏ ନେଇ ସେ କହନ୍ତି, ମୋ ଶାଶୁଙ୍କ ଯତ୍ନ ନେବା ବେଳେ ଗଣେଶ ଚର୍ତୁଥୀ ପୂର୍ବରୁ ମୁଁ ଏବଂ ମୋ ସ୍ୱାମୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲୁ। ମୋର ଦୁଇ ଝିଅ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହୋଇଥିଲେ। ଆମ ସମ୍ପର୍କୀୟ ଏବଂ ବନ୍ଧୁମାନେ ଫୋନ୍ ମାଧ୍ୟମରେ ଆମ ବିଷୟରେ ପଚାରିଥିଲେ। କିନ୍ତୁ କେହି ଆସି ନଥିଲେ। ଆମେ ଚିନ୍ତିତ ଥିବା ଦେଖି ଆମର ୱାର୍ଡ ସ୍ବେଚ୍ଛାସେବୀ ଆମୀର ପାଶାଙ୍କ ନମ୍ବର ଦେଇଥିଲେ।

ମୁଁ ସେହି ନମ୍ବରରେ ଫୋନ୍‌ କଲି। ଯୋଗାଯୋଗ ପରେ  ସେ ଏବଂ ତାଙ୍କ ଦଳ ମାଗଣା ଖାଦ୍ୟ ଯୋଗାଇ ଦେବେ ବୋଲି କହିଥିଲେ।  ପ୍ରଥମେ ଆମେ ଏହାକୁ ବିଶ୍ବାସ କରି ନଥିଲୁ। କିନ୍ତୁ ମଧ୍ୟାହ୍ନ ୧୨ଟା ସମୟରେ ଦୁର୍ଗା ପ୍ରସାଦ ଆମ ଘରକୁ ଆସି ଆମ ଭଲମନ୍ଦ  ବିଷୟରେ ପଚାରିଥିଲେ ଏବଂ ଖାଦ୍ୟ ପାର୍ସଲ ଦେଇଥିଲେ। ସେତେବେଳେ ଏହା ଯେପରି ମହାପ୍ରସାଦ ପରି ଆମ ପାଇଁ ରହିଥିଲା। ସଫ୍ଟୱେର୍ ଇଞ୍ଜିନିୟର ସୁଧୀର କହନ୍ତି ଯେ, ମୁଁ ସେବା କରିବାକୁ ଉତ୍ସାହିତ ହୋଇ ଏସବୁ କରୁଛି।  ଆଜି ପର୍ଯ୍ୟନ୍ତ ମୁଁ ୫୦୦ଟି ଶବଦାହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe