ବାଣ ନିଷେଧ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ କର: ‘କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ’

Advertisment

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିନାହିଁ ଏବଂ ପ୍ରଦୂଷଣମୁକ୍ତ ବଞ୍ଚିବାର ଅଧିକାର ଏକ ମୌଳିକ ଅଧିକାର ବୋଲି କହି...

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିନାହିଁ ଏବଂ ପ୍ରଦୂଷଣମୁକ୍ତ ବଞ୍ଚିବାର ଅଧିକାର ଏକ ମୌଳିକ ଅଧିକାର ବୋଲି କହି...

supreme court1

ନୂଆଦିଲ୍ଲୀ: ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିନାହିଁ ଏବଂ ପ୍ରଦୂଷଣମୁକ୍ତ ବଞ୍ଚିବାର ଅଧିକାର ଏକ ମୌଳିକ ଅଧିକାର ବୋଲି କହି ସୁପ୍ରିମ୍‌କୋର୍ଟ ସୋମବାର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଅଗଷ୍ଟାଇନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ବାଣ ନିଷେଧକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୌଣସି ଧର୍ମ ପ୍ରଦୂଷଣ କିମ୍ବା ଜନସ୍ୱାସ୍ଥ୍ୟ ସହ ସାଲିସ କରୁଥିବା କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ। ପ୍ରଦୂଷଣମୁକ୍ତ ବାତାବରଣରେ ବଞ୍ଚିବାର ଅଧିକାର ସମ୍ବିଧାନର ଧାରା ୨୧ ଅନୁଯାୟୀ ଏକ ମୌଳିକ ଅଧିକାର। ନଭେମ୍ବର ୨୫ ତାରିଖ ସୁଦ୍ଧା ସବୁଦିନ ପାଇଁ କିଭଳି ବାଣ ନିଷେଧ ହେବ ତାହା ଉପରେ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ପ୍ରଦୂଷଣ ସହ ସଂଘର୍ଷ କରୁଛି ଦିଲ୍ଲୀ। ଚଳିତ ଦୀପାବଳିରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ରେକର୍ଡ ସ୍ତରରେ ପହଞ୍ଚିଛି, ଯାହା ପୂର୍ବ ବର୍ଷମାନଙ୍କ ତୁଳନାରେ ଅଧିକ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଅଦାଲତ ଏହି ରାୟ ଦେଇଛନ୍ତି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି (ଡିପିସିସି) ୨୦୨୫ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆଦେଶ ଜାରି କରି ଦିଲ୍ଲୀ ପୁଲିସକୁ ଏହା ଲାଗୁ କରିବାକୁ ଦାୟିତ୍ୱ ଦେଇଥିଲା। ପୂର୍ବରୁ ହୋଇଥିବା ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବଂ ରାଜ୍ୟ ସରକାର, ବିଶେଷକରି ପଞ୍ଜାବ ଓ ହରିୟାଣା ମଧ୍ୟରେ ସମନ୍ୱୟ ଅଭାବରୁ ଅସନ୍ତୋଷ ପ୍ରକାଶ କରିଥିଲେ।

ଗତ କିଛି ସପ୍ତାହ ହେବ ଦିଲ୍ଲୀ ବିପଜ୍ଜନକ ଭାବେ ବାୟୁ ପ୍ରଦୂଷଣ ସହ ସଂଘର୍ଷ କରୁଛି। ସଫର-ଇଣ୍ଡିଆ ତଥ୍ୟ ଅନୁଯାୟୀ ସୋମବାର ସକାଳେ ଦିଲ୍ଲୀର ବାୟୁଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରହିଥିଲା ଏବଂ ସାମଗ୍ରିକ ଏକ୍ୟୁଆଇ ୩୪୯ ରହିଥିଲା। ସହରର ବିଭିନ୍ନ ହସ୍ପିଟାଲରେ ଶ୍ୱାସକ୍ରିୟାଜନିତ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ସହରରେ ଘନ ଧୂମକୁହୁଡ଼ି ରହୁଥିବା ବେଳେ କାଳିନ୍ଦୀ କୁଞ୍ଜଠାରେ ଯମୁନା ନଦୀରେ ବିଷାକ୍ତ ଫେଣ ଦେଖିବାକୁ ମିଳିଥିଲା। ବିଶେଷକରି ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣ ଗୁରୁତର ଭାବେ ପ୍ରଭାବ ପକାଉଛି ବୋଲି ଡାକ୍ତରମାନେ 
ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe