ଆଫଗାନିସ୍ତାନ ଦଖଲ ପରେ ବି କାହିଁକି ସରକାର ଗଢ଼ି ପାରୁନାହିଁ ତାଲିବାନ? ପୁଣି ଘୁଞ୍ଚିଲା ସରକାର ଗଠନ ତାରିଖ

Advertisment
ଆଫଗାନିସ୍ତାନ ଦଖଲ ପରେ ବି କାହିଁକି ସରକାର ଗଢ଼ି ପାରୁନାହିଁ ତାଲିବାନ? ପୁଣି ଘୁଞ୍ଚିଲା ସରକାର ଗଠନ ତାରିଖ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନକୁ ପୁଣି ସ୍ଥଗିତ ରଖାଯାଇଛି। ତାଲିବାନ ପକ୍ଷରୁ ଏହି ବିବୃତି ଆସିଛି ଯେ, ୨-୩ଦିନ ପରେ ନୂତନ ସରକାର ଗଠନ ହେବ। ତାଲିବାନ ଦଖଲରେ ନଥିବା ପଞ୍ଜଶୀର ଉପତ୍ୟକାକୁ ମଧ୍ୟ କାବୁ କରିନେଇଥିବା ନେଇ ତାଲିବାନ ଦାବି କରୁଥିବା ବେଳେ ସରକାର ଗଠନ ପାଇଁ କାହିଁକି ବିଳମ୍ବ କରୁଛି, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ଏହାପୂର୍ବରୁ ସେପ୍ଟେମ୍ବର ୩ରେ ନୂତନ ସରକାର ଗଠନ ନେଇ ତାଲିବାନ ଘୋଷଣା କରିଥିଲା, ହେଲେ ଏହାକୁ ଘୁଞ୍ଚାଇ ସେପ୍ଟେମ୍ବର ୪ରେ ସରକାର ଗଠନ ହେବ ବୋଲି କହିଥିଲା ତାଲିବାନ । କିନ୍ତୁ ଆଜି ଏହାକୁ ପୁଣି ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଯେ ସବୁକିଛି ସତ୍ତ୍ୱେ ତାଲିବାନ ସରକାର ଗଠନ ପାଇଁ କାହିଁକି ବିଳମ୍ବ କରୁଛି?

Taliban government formation in Afghanistan postponed, says spokesperson - boom news boom news

ତେବେ, କ୍ଷମତା ହାସଲ କରିବା ପରେ ମଧ୍ୟ ତାଲିବାନ ସମ୍ମୁଖରେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି। ଅନେକ ଜନଜାତିର ଯୋଦ୍ଧା ତାଲିବାନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ତାଲିବାନ ଶାସନକୁ ବିରୋଧ କରୁଥିବା ବିରୋଧୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ତାଲିବାନ ସରକାର ଗଢ଼ିବାକୁ ସମୟ ନେଉଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe