ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Advertisment
ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗତକାଲି ରାତିରେ ଭାଇଜାଗସ୍ଥିତ ପ୍ରସାଦଙ୍କ ଘରେ ଚଢାଉ କରି ପୂର୍ବତନ ବିଧାୟକଙ୍କୁ ଗିରଫ କରିଥିବା ଜଣାଯାଇଛି। ତାଙ୍କ ଘରୁ ଛାନଭିନ୍ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ତାଙ୍କ ବିରୋଧରେ ୧୨କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ଆଦି ୪ଟି ରାଜ୍ୟର ଶହ ଶହ ହିତାଧିକାରୀଙ୍କଠାରୁ ତାଙ୍କ ପରିଚାଳିତ କମ୍ପାନି ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ୍ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ସେ ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।  କ୍ରାଇମ୍ଇବ୍ରାଞ୍ଚ ଭୁବନେଶ୍ୱର ଓ କଟକରେ ହେଇଥିଵା ମାମଲା ଉପରେ ତଦନ୍ତ କରୁଛି।

କ୍ରାଇମ୍ଇବ୍ରାଞ୍ଚର ୫ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶକୁ ସୋମବାର ଦିନ ଯାଇଥିଲା। ସ୍ଥାନୀୟ ପୁଲିସର ସହାୟତାରେ ପୂର୍ବତନ ବିଧାୟକ ଏମ୍ ଭି ପ୍ରସାଦଙ୍କୁ ଗିରଫ କରିଵା ପରେ ସ୍ଥାନୀୟ କୋର୍ଟରେ ହଜାର କରି ପୁଲିସ ଓଡ଼ିଶା ଆଣୁଥିବାର ସୂଚନା ମିଳିଛି। ତାଙ୍କ ନାଁରେ ପୁଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ପ୍ରସାଦ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଶିକ୍ଷା ତଥା କଲ୍ୟାଣକାରୀ ଭିତ୍ତିଭୂମି ବିକାଶ ନିଗମର ଅଧ୍ୟକ୍ଷ ତଥା ୱାଇଏସଆର୍ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe