ଆତ୍ମହତ୍ୟା ଉଦ୍ୟମ ଘାତକ ହେଲା! ଚିକିତ୍ସାଧୀନ ଅବସ୍ଥାରେ ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଦେଳା ଶିବପ୍ରସାଦ ରାଓଙ୍କ ମୃତ୍ୟୁ

Advertisment
ଆତ୍ମହତ୍ୟା ଉଦ୍ୟମ ଘାତକ ହେଲା! ଚିକିତ୍ସାଧୀନ ଅବସ୍ଥାରେ ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଦେଳା ଶିବପ୍ରସାଦ ରାଓଙ୍କ ମୃତ୍ୟୁ

Zee News India

ହାଇଦ୍ରାବାଦ: ତେଲଗୁ ଦେଶମ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶ ବିଧାନସଭାରର ପୂର୍ବତନ ବାଚସ୍ପତି କୋଦେଳା ଶିବପ୍ରସାଦ ରାଓ ଆଜି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରି ମତ୍ୟୁବରଣ କରିଛନ୍ତି। ସ୍ୱର୍ଗତ ରାଓ ୧୯୮୨ରେ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ଜନ୍ମକାଳରୁ ଟିଡିପି ସହ ସଂପୃକ୍ତ ରହିବା ସହ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି ରାମା ରାଓଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ସୋମବାର) ପ୍ରତ୍ୟୁଷରେ କୋଦେଳା ଶିବପ୍ରସାଦ ରାଓ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରେ ତାଙ୍କର ପରିବାରର ସଦସ୍ୟମାନେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ବନ୍‌ଜାରା ହିଲ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀ ରାଓଙ୍କୁ ଡାକ୍ତରମାନେ ଭେଣ୍ଟିଲେଟରରେ ରଖି ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ସେଥିରେ ସଫଳ ହୋଇପାରି ନ ଥିଲେ। ମଧ୍ୟାହ୍ନ ୧୨ଟା ୧୫ ସମୟରେ ତାଙ୍କର ପରଲୋକ ହୋଇ ଯାଇଥିଲା। ମୁତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ରାଓଙ୍କର ମୁତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶଶିକଳା, ପୁଅ ଶିବରମଣ ଓ କନ୍ୟା ବିଜୟଲକ୍ଷ୍ମୀ ଉପସ୍ଥିତ ଥିଲେ।

publive-image Hindustan Times

ବୃତ୍ତିରେ ଜଣେ ଡାକ୍ତର ହୋଇଥିଲେ ସୁଦ୍ଧା ସ୍ୱର୍ଗତ ରାଓ ୧୯୮୨ରେ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ଜନ୍ମକାଳରୁ ଟିଡିପି ସହ ସଂପୃକ୍ତ ରହିବା ସହ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି ରାମା ରାଓଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ୧୯୮୩ରୁ ସ୍ୱର୍ଗତ ରାଓ ଗୁଣ୍ଟୁର ଜିଲ୍ଲାର ନାରାସାଓପେଟା ବିଧାନସଭା କ୍ଷେତ୍ରରୁ କ୍ରମାଗତ ଭାବେ ୫ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ସାତେନାପଲ୍ଲୀ ବିଧାନସଭା କ୍ଷେତ୍ରର ବିଧାୟକ ରହିଥିଲେ। ଏନ୍‌ ଟି ରାମା ରାଓ ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମନ୍ତ୍ରିମଣ୍ଡଳରେ ସେ ଗୃହ, ପଞ୍ଚାୟତିରାଜ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ରହିବା ପରେ ୨୦୧୪ରେ ସେ ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍ପତି ରୂପେ ନିର୍ବାଚିତ ହୋଇଥିଲେ।

ସ୍ୱର୍ଗତ ରାଓଙ୍କର ଆତ୍ମହତ୍ୟାର ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ି ନଥିବା ବେଳେ ଗତ କିଛି ମାସ ଧରି ସେ ମାନସିକ ସ୍ତରରେ ଅବସାଦଗ୍ରସ୍ତ ଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe