ଫୁଟ୍‌ପାଥ୍‌ରେ ରହୁଥିବା ପୂର୍ବତନ ସେନା କ୍ୟାପ୍‌ଟେନ୍‌ଙ୍କୁ ହତ୍ୟା

ଫୁଟ୍‌ପାଥ୍‌ରେ ରହୁଥିବା ପୂର୍ବତନ ସେନା କ୍ୟାପ୍‌ଟେନ୍‌ଙ୍କୁ ହତ୍ୟା

ପୁଣେ: ପୁଣେରେ କେଟେନମେଣ୍ଟ ଅଞ୍ଚଳର ଫୁଟ୍‌ପାଥ୍‌ରେ ରହୁଥିବା ଜଣେ ପୂର୍ବତନ ସେନା କ୍ୟାପ୍‌ଟେନ୍‌କୁ ହତ୍ୟା କରାଯାଇଥିବା ଘଟଣା ଗୁରୁବାର ସାମ୍ନାକୁ ଆସିଛି। ମୃତ ସେନା କ୍ୟାପ୍‌ଟେନ୍‌ଙ୍କ ନାମ ରବୀନ୍ଦ୍ର ବାଲି ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ପୁଣେର କ୍ୟାମ୍ପ ଅଞ୍ଚଳରେ ବାଲି ଫୁଟ୍‌ପାଥ୍‌ରେ ଏକ ଛୋଟିଆ ତମ୍ବୁ ଟାଣି ରହୁଥିଲେ। ଗତ ଗୁରୁବାର ରାତିରେ ଦୁଇଜଣ ଅଜ୍ଞାତ ଲୋକ ଆସି ତାଙ୍କ ମୁଣ୍ଡକୁ ପ୍ରଥମେ ପାହାରଟିଏ ପକାଇ ହତ୍ୟା କରିଥିଲେ। ଏହାପରେ ଦୁଇଜଣ ହତ୍ୟାକାରୀ ଘଟଣାସ୍ଥଳରୁ ଦଉଡି ପଳାଇଥିଲେ। ଏହି ଘଟଣାର ଦୃଶ୍ୟ ଦେଖି ବାଲିଙ୍କ ତମ୍ବୁ ନିକଟରେ ଥିବା ଏକ ବଙ୍ଗଳାର ଚୌକିଦାର ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା।

ଅଫିସରଙ୍କ କହିବାନୁସାରେ, ବାଲି ଅନେକ ବର୍ଷ ହେବ ପରିବାର ଲୋକଙ୍କ ସମ୍ପର୍କରେ ନଥିଲେ। ସେ ଏକ ଭିନ୍ନ ଜୀବନ ବଞ୍ଚୁ ଥିଲେ। ଯାଞ୍ଚ ସମୟରେ ଆମେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ। ଅଜ୍ଞାତ ହତ୍ୟାକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଖୁବ୍‌ ଶୀଘ୍ର ଦୁହିଁଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe