Ampinity News
ଗୌହାଟି: ଆସାମର ପୂର୍ବ ମୁଖ୍ୟମନ୍ତ୍ରୀ ଅନୱରା ତୈମୁରଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଅନୱରା ଆସାମର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସେ ବିଗତ ୪ ବର୍ଷ ହେଲେ ନିଜ ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଥିଲେ। ୪ ଥର କଂଗ୍ରେସ ବିଧାୟକ ରହିଥିବା ଅନୱରା ୬ ଡିସେମ୍ବର ୧୯୮୦ରୁ ୩୦ ଜୁନ୍ ୧୯୮୧ ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। ପିଏମ୍ଓ ପକ୍ଷରୁ ମଧ୍ୟ ଟ୍ବିଟ କରି ଗଭୀର ଶୋକ ପ୍ରକାଶ କରାଯିବା ସହ ଆସାମ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଛି।
Follow Us