ନୂଆଦିଲ୍ଲୀ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡ। ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ ଦଣ୍ଡାଦେଶ । ସରକାର ଭାଙ୍ଗିବା ନେଇ ଷଡଯନ୍ତ୍ର ମାମଲାରେ ଦାଣ୍ଡାଦେଶ ଶୁଣାଇଲେ ବ୍ରାଜିଲର ସୁପ୍ରିମକୋର୍ଟ ।
ଆହୁରି ପଢନ୍ତୁ- Minor Death Wrong Injection ଭୁଲ ଇଞ୍ଜେକ୍ସନ ନେଲା ନାବାଳକର ଜୀବନ!
ତେବେ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଜାୟର ପରାଜୟ ବରଣ କରିବା ପରେ ବି ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚିଥିଲେ । ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲଦଣ୍ଡ ପରେ ୭୦ ବର୍ଷୀୟ ଜାୟର ଏକ ଛୋଟ ଘରେ ରହିଛନ୍ତି, ଯେଉଁଥିରେ ଏକ ଟିଭି, ମିନି-ଫ୍ରିଜ୍ ଏବଂ ଏୟାର କଣ୍ଡିସନିଂ ଭଳି ମୌଳିକ ସୁବିଧା ରହିଛି।
କଣ ଏହି ବିଦ୍ରୋହ ଷଡ଼ଯନ୍ତ୍ର ମାମଲା ?
ବ୍ରାଜିଲ ପବ୍ଲିକ ପ୍ରସିକ୍ୟୁଟରମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ହାରିବା ପରେ କ୍ଷମତା ବଜାୟ ରଖିବା ପାଇଁ ବୋଲସୋନାରୋ- ସୁପ୍ରିମ କୋର୍ଟ ଉପରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲେ । ରାଷ୍ଟ୍ରପତି ଲୁଲା ଡା ସିଲଭା ଏବଂ ବିଚାରପତି ଡି ମୋରେସଙ୍କ ହତ୍ୟା ଯୋଜନା କରିଥିଲେ । ତାସହ ସାମର୍ଥ୍ୟ ବିଦ୍ରୋହ ମାଧ୍ୟମରେ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବାକୁ ଚେଷ୍ଟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/26/jail-2025-11-26-10-03-08.jpg)