କୋଭିଡ୍‌ ପଜିଟିଭ୍‌ ହେବା ପରେ ‘ସିବିଆଇ’ର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ

Advertisment
କୋଭିଡ୍‌ ପଜିଟିଭ୍‌ ହେବା ପରେ ‘ସିବିଆଇ’ର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ

Image Courtesy of India Today

ନୂଆଦିଲ୍ଲୀ: ଗତ ରାତିରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ର (ସିବିଆଇ) ନିର୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

୧୯୭୪ ବ୍ୟାଚ୍‌ର ବିହାର କ୍ୟାଡର୍‌ର ‘ଆଇପିଏସ୍‌’ ଅଧିକାରୀ ସିହ୍ନା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦେଶକ ଥିଲେ।
‘ସିବିଆଇ’ର ମୁଖ୍ୟ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀରେ ‘ସିବିଆଇ’ର ମୁଖ୍ୟ ପଦବୀରେ ଥିଲେ। ଏହା ପୂର୍ବରୁ ସେ ରେଳବାଇ ସୁରକ୍ଷା ବଳର ମୁଖ୍ୟ ଥିଲେ।

publive-image Image Courtesy of The Hindu

୨୦୧୪ରେ ‘ସିବିଆଇ’ର ମୁଖ୍ୟ ଥିବା ବେଳେ ସିହ୍ନା ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ଇଶ୍ରାତ୍‌ ଜହାଁ ମିଥ୍ୟା ଏନ୍‌କାଉଣ୍ଟର୍‌ ମାମଲାରେ ‘ଇଣ୍ଟେଲିଜେନ୍‌ ବ୍ୟୁରୋ’ ସହ ମଧ୍ୟ ତାଙ୍କର ବିବାଦ ଘଟିଥିଲା।

୨୦୧୪ରେ ତାଙ୍କ ପତ୍ନୀ ପାଟନାରୁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଦ୍ୟମ କରିବା ବେଳେ ମଧ୍ୟ ସିହ୍ନା ଚର୍ଚ୍ଚା ପରିସରକୁ ଆସିଥିଲେ।

ତଦନ୍ତ ଏଜେନ୍‌ସିର ନିର୍ଦେଶକ ଥିବା ବେଳେ ସିହ୍ନା କୋଇଲା ବ୍ଲକ୍‌ ଆବଣ୍ଟନ ତଦନ୍ତକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା। ୨ଜି ସ୍କାମ୍‌ ଅଭିଯୁକ୍ତ ଫାର୍ମର ପ୍ରତିନିଧିମାନେ ବହୁବାର ତାଙ୍କ ବାସଭବନକୁ ଯାଇଥିବା କଥା ପରେ ଜଣାପଡ଼ିଥିଲା ବୋଲି କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe