ବିଏସ୍‌ଏଫ୍ ଡିଜି ଭାବେ ନିଯୁକ୍ତ ହେଲେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନା

Advertisment
ବିଏସ୍‌ଏଫ୍ ଡିଜି ଭାବେ ନିଯୁକ୍ତ ହେଲେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନା

Image Courtesy of India Today

ନୂଆଦିଲ୍ଲୀ: ‘ସିବିଆଇ’ର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ବ ଗ୍ରହଣ କରିବେ।

୨୦୧୮ରେ ‘ସିବିଆଇ’ ବନାମ ‘ସିବିଆଇ’ ମାମଲାରେ ଲୋକଲୋଚନକୁ ଆସିଥିବା ରାକେଶ ଅସ୍ଥାନା ସମ୍ପ୍ରତି ‘ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ସହ ‘ଏନ୍‌ସିବି’ର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଆସନ୍ତାକାଲି ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ସେ ଆଉ ଏହି ଦାୟିତ୍ବରେ ରହିବେ ନାହିଁ।

୧୯୮୪ ବ୍ୟାଚ୍ ଗୁଜରାଟ କ୍ୟାଡର୍‌ର ଅଧିକାରୀ ରାକେଶ ଅସ୍ଥାନା କେତେକ ହାଇ-ପ୍ରୋଫାଇଲ୍‌ ମାମଲା ତଦନ୍ତରେ ସମ୍ପୃକ୍ତ ଥିଲେ। ୧୯୯୭ରେ ସେ ସିବିଆର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପଦବୀରେ ଥିବା ବେଳେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲେ।

publive-image Image Courtesy of Zee News

ତାଙ୍କ ବିରୋଧରେ ଆଗତ ଲାଞ୍ଚ ଓ ବଟି ଗ୍ରହଣ ମାମଲା ଆଗତ ହେବା ପରେ ୨୦୧୮ରେ ରାକେଶ ଅସ୍ଥାନାଙ୍କୁ ସିବିଆଇରୁ ବହିଷ୍କାର କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ ତତ୍କାଳୀନ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ତରଫରୁ ଏହା କରାଯାଇଛି।

ବର୍ମାଙ୍କୁ ମଧ୍ୟ ସିବିଆଇ ଛାଡ଼ିବାକୁ କୁହାଯାଇଥିଲା ଏବଂ ତାଙ୍କୁ ଅଗ୍ନିଶମ ସେବାର ଡିଜି ଭାବେ ବଦଳି କରାଯାଇଥିଲା। କିନ୍ତୁ, ସେ ଥିରେ ସେ ଯୋଗ ଦେଇ ନ ଥିଲେ।

ଆସନ୍ତା ୨୦୨୧ ଜୁଲାଇ ୩୧ରେ ରାକେଶ ଅସ୍ଥାନା ଅବସର ଗ୍ରହଣ କରିବେ। ଜାନୁଆରି ୨୦୨୧ରେ ଏବକାର ସିବିଆଇ ନିର୍ଦେଶକଙ୍କ କାର୍ଯ୍ୟକାଳ ପୂରୁଥିବାରୁ ଅସ୍ଥାନା ସେ ପଦପାଇଁ ଆଗ୍ରହୀ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe