ପୂର୍ବତନ କଂଗ୍ରେସ ବିଧାୟକ ବେକରେ ରଶି ଲଗାଇ ଝୁଲିପଡ଼ିଲେ

Advertisment
ପୂର୍ବତନ କଂଗ୍ରେସ ବିଧାୟକ ବେକରେ ରଶି ଲଗାଇ ଝୁଲିପଡ଼ିଲେ

the statesman

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର କାରସୋଗ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ମସ୍ତ ରାମ (୭୫) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲାର ସୁନ୍ଦରନଗରର ଥିବା ଏକ ହୋଟେଲରୁ ସୋମବାର ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ସୁନ୍ଦରନଗରର ଏକ ହୋଟେଲ ମସ୍ତରାମ ରବିବାର ବୁକ୍‌ କରିଥିଲେ। ସୋମବାର ସକାଳ ସୁଦ୍ଧା ସବୁ ଠିକଠାକ ଥିଲା। ତେବେ ମଧ୍ୟାହ୍ନରେ ଯାଞ୍ଚ କରିବା ପରେ ହୋଟେଲ ମ୍ୟାନେଜର ତାଙ୍କ ରୁମର କବାଟ ବାଡ଼େଇଥିଲେ।

ତେବେ ସେ କୌଣସି ଉତ୍ତର ନ ଦେବାରୁ ଏକ ନକଲି ଚାବିରେ ତାଙ୍କ କବାଟ ଖୋଲି ଦେଖିଲା ବେଳକୁ ସେ ନିଜ ବେକରେ ରଶି ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି। ପୁଲିସକୁ ଖବର ଦେବା ପରେ ମାନିଲା ଅତିରିକ୍ତ ଏସପି ଆଶିଷ ଶର୍ମା ଓ ଟିମ ପହଞ୍ଚିଥିଲେ। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି। ସେଥିରେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି। ଫରେନସିକ ଟମ୍‌ ଦ୍ବାରା ତଦନ୍ତ ଜାରି ରହିଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ସେ କାରସୋଗ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ୧୯୯୩ ଓ ୨୦୦୨ରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe