ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଖିବୁଜିଲେ ପୂର୍ବତନ କ୍ରିକେଟର

Advertisment
ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଖିବୁଜିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଅଗଷ୍ଟ ୫ ସୋମବାର ଇଂଲଣ୍ଡ କ୍ରିକେଟ୍ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପେଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି।

ସେ ତିନିଥର ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକତ୍ୱ ରହିଥିଲେ। ୨୦୧୦ରୁ ୨୨ ମଧ୍ୟରେ ସେ ତାଙ୍କ ଦେଶ ପାଇଁ ବିଭିନ୍ନ କୋଚିଂ ଭୂମିକାରେ କାମ କରିଛନ୍ତି। ତାଙ୍କ ବିୟୋଗ ଇଂଲଣ୍ଡ କ୍ରିକେଟ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି ଦୁଃଖଦ ଖବରର ପୋଷ୍ଟ ସେୟାର କରି କହିଛି,‘ ଦୁଃଖର ସହ କହିବାକୁ ପଡ଼ୁଛି କ୍ରିକେଟର ଗ୍ରାହମ୍ ଥୋର୍ପେଙ୍କ ଦେହାନ୍ତ ହୋଇଯାଇଛି।’

ପ୍ରକାଶିତ ଖବର ଅନୁଯାୟୀ, ଗ୍ରାହମ୍ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କେଉଁ କାରଣରୁ ସେ ଅସୁସ୍ଥ ଥିଲେ ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ‌ହୋଇପାରି ନଥିଲା।

ଗ୍ରାହମ୍ ଅଷ୍ଟ୍ରେଲିଆରେ ନିଜର କୋଚିଂ କ୍ୟାରିଅର୍ ଆରମ୍ଭ କରିଥିଲେ, ଯେଉଁଠାରେ ସେ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ ୱାର୍ନରଙ୍କ ଭଳି ଖେଳାଳିଙ୍କ ସହ କାମ କରିଥିଲେ । ଏହାପରେ ସେ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡରେ ଯୋଗ ଦେଇଥିଲେ।

ବାମହାତୀ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ତାଙ୍କ ନାମରେ ୬୭୪୪ ରନର ରେକର୍ଡ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe