ଦୁର୍ନୀତି ମାମଲାରେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଦୋଷୀ ସାବ୍ୟସ୍ତ

Advertisment
ଦୁର୍ନୀତି ମାମଲାରେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଦୋଷୀ ସାବ୍ୟସ୍ତ

People.com

ପ୍ୟାରିସ : ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଗୁରୁବାର ଏକ ପ୍ୟାରିସ କୋର୍ଟ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଟିଏ ବର୍ଷରେ ସାର୍କୋଜି ଦ୍ବିତୀୟ ବାର କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯିଏ କି ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ। ଏବେ ବି କଞ୍ଜର୍‌ଭେଟିଭ୍ ଦଳରେ ତାଙ୍କର ପ୍ରଭାବ ରହିଥିଲେ ମଧ୍ୟ ଆଇନଗତ ଚକିରେ ପେଷିହୋଇ ତାଙ୍କର ଗରିମା ଚୂର୍ଣ୍ଣ ହୋଇଗଲାଣି। ତେବେ ବର୍ଷକ ଭିତରେ ଦୁଇଥର ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଦ୍ବିତୀୟ ମାମଲାରେ କୋର୍ଟ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରିନାହାନ୍ତି। ପ୍ରସିକ୍ୟୁଟରମାନେ ୬୬ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୋଟିଏ ବର୍ଷ ପାଇଁ ଜେଲ ପଠାଇବାକୁ ଚାହୁଁଥିଲେ ଯାହା ଅଧା କାଟ ଖାଇଗଲା। କୌଣସି ମାମଲାରେ ବି ସେ ଏବେ ଶୀଘ୍ର ଜେଲ ଯିବାର ସମ୍ଭାବନା ନାହିଁ କାରଣ ସେ ଦଣ୍ଡାଦେଶର ପୁନର୍ବିଚାର ପାଇଁ ପ୍ରାର୍ଥନା କରିପାରନ୍ତି।

ଅଭିଯୋଗ ଅନୁସାରେ ୨୦୧୨ ନିର୍ବାଚନରେ ସାର୍କୋଜି ସେ ସମୟରେ ଅନୁମୋଦିତ ନିର୍ବାଚନ ଖର୍ଚ୍ଚ (୨୨.୫ ନିୟୁତ ୟୁରୋ)ର ପ୍ରାୟ ଦୁଇଗୁଣ ଖର୍ଚ୍ଚ କରିଥିଲେ ଏବଂ ଏକ ବନ୍ଧୁତା ଥିବା ଜନସମ୍ପର୍କ ସଂସ୍ଥାକୁ ଧରି ଅତିରିକ୍ତ ଖର୍ଚ୍ଚକୁ ଲୁଚାଇଥିଲେ। ଗତ ମାର୍ଚ୍ଚ ମାସରେ ଏକ ବିଚାରବିଭାଗୀୟ ତଦନ୍ତର ଗୋପନୀୟ ତଥ୍ୟ ପାଇବା ପାଇଁ ସାର୍କୋଜି ଜଣେ ବିଚାରପତିଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା ଏବଂ ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ମାମଲାରେ ତାଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଏ ଯାଏ ସେ ଜେଲ ଯାଇ ନାହାନ୍ତି କାରଣ ଏହା ବିରୋଧରେ ସେ କରିଥିବା ଆବେଦନ ବିଚାରାଧୀନ ରହିଛି। ତେ‌ବେ ସୂଚନାଯୋଗ୍ୟ ଯେ ଉଭୟ ମାମଲାରେ ପୂର୍ବତନ ରାଷ୍ଟ୍ରପତି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe