ପାକିସ୍ତାନର ହିନ୍ଦୁ କ୍ରିକେଟରଙ୍କ କଟାଗଲା ଦୁଇଟି ଗୋଡ

ମଧୁମେହରେ ପୀଡ଼ିତ ହେତୁ ପାକିସ୍ତାନର ହିନ୍ଦୁ କ୍ରିକେଟର ମୋହିନ୍ଦରଙ୍କ ଗୋଡ଼ରେ ସଂକ୍ରମଣ ହୋଇ ଯାଇଥିଲା। ଏହି ସଂକ୍ରମଣ ଏତେମାତ୍ରାରେ ବୃଦ୍ଧି ପାଇଯାଇଥିଲା କି ଗୋଡ କାଟିବା ବ୍ୟତୀତ ଡାକ୍ତରମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା।

୮୭୯୮୭

ଇସଲାମାବାଦ୍: ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ନିକଟରେ ତାଙ୍କର ଦୁଇଟି ଗୋଡ ହରାଇ ଦେଇଛନ୍ତି। ଏହି କ୍ରିକେଟରଙ୍କ ନାମ  ହେଉଛି ମୋହିନ୍ଦର କୁମାର ।

ସୂନାଯୋଗ୍ୟ, ମୋହିନ୍ଦର କୁମାର ଜଣେ ପାକିସ୍ତାନୀ ହିନ୍ଦୁ କ୍ରିକେଟର। ମୋହିନ୍ଦର ପାକିସ୍ତାନର ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି କିନ୍ତୁ ପାକିସ୍ତାନର ଜାତୀୟ ଦଳ ପାଇଁ  ଖେଳିପାରି ନ ଥିଲେ। ମୋହିନ୍ଦର କ୍ରିକେଟର ଭାବରେ ୧୯୭୬ ରୁ ୧୯୯୪ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ।ଏହାପରେ ସେ କ୍ରିକେଟ କ୍ୟାରିୟରରୁ ବିଦାୟ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ମୋହିନ୍ଦର ଜଣେ କୋଚ ହୋଇ ପିଲାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। 

ସମ୍ପ୍ରତି ଖବର ମିଳିଛି କି ମୋହିନ୍ଦର କୁମାରଙ୍କ ଦୁଇଟି ଗୋଡ କାଟି ଦିଆଯାଇଛି। ଏହା ପଛରେ କାରଣ ମଧୁମେହ ରୋଗ ରହିଛି।

ମୋହିନ୍ଦ ଅନେକ ବର୍ଷ ହେବ ମଧୁମେହ ରୋଗରେ ପୀଡ଼ିତ ହୋଇ କଷ୍ଟ ଯନ୍ତ୍ରଣା ପାଇ ଆସୁଛନ୍ତି। 
ମଧୁମେହରେ ପୀଡ଼ିତ ହେତୁ ମୋହିନ୍ଦରଙ୍କ ଗୋଡ଼ରେ ସଂକ୍ରମଣ ହୋଇ ଯାଇଥିଲା। ଏହି ସଂକ୍ରମଣ ଏତେମାତ୍ରାରେ ବୃଦ୍ଧି ପାଇଯାଇଥିଲା କି ଗୋଡ କାଟିବା ବ୍ୟତୀତ ଡାକ୍ତରମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଶେଷରେ ଅସ୍ତ୍ରୋପଚାର କରି ଡାକ୍ତରମାନେ ମୋହିନ୍ଦରଙ୍କ ଦୁଇଟି ଗୋଡ଼ କାଟି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe