michael nobbs Photograph: (sambad.in)
ସିଡନୀ: ପୂର୍ବତନ ଅଷ୍ଟ୍ରେଲୀୟ ହକି ତାରକା ତଥା ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ମାଇକେଲ୍ ନବ୍ସଙ୍କ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ବିଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ପତ୍ନୀ ଲି କେପ୍ସ ଅଷ୍ଟ୍ରେଲୀୟ ମହିଳା ହକି ଦଳର ପୂର୍ବତନ ସଦସ୍ୟା ଥିବାବେଳେ ତାଙ୍କ ଝିଅ କାଇଟଲିନ ମଧ୍ୟ ଜଣେ ହକି ଖେଳାଳି।
ନବ୍ସ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ଭାରତୀୟ ହକି ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିଲେ। ତାଙ୍କ ପରଲୋକରେ ହକି ଅଷ୍ଟ୍ରେଲିଆ ପକ୍ଷରୁ ଶୋକ ପ୍ରକଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ସେ ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ହକି ଦଳର ସଦସ୍ୟ ଥିଲେ ଓ ଜଣେ ଡିଫେଣ୍ଡରଭାବେ ଖେଳୁଥିଲେ।
Follow Us