ପଞ୍ଜାବ ଗସ୍ତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ଆଇଜି କୁଅଁର ବିଜୟ ପ୍ରତାପ

Advertisment
ପଞ୍ଜାବ ଗସ୍ତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପରେ ସାମିଲ ହେଲେ ପଞ୍ଜାବର ପୂର୍ବତନ ଆଇଜି କୁଅଁର ବିଜୟ ପ୍ରତାପ

Tribune India

ଅମ୍ରିତସର: ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବ ଗସ୍ତ କରିଛନ୍ତି। ଗତ ୩ ମାସ ମଧ୍ୟରେ କେଜ୍ରିୱାଲଙ୍କର ଏହା ଦ୍ୱିତୀୟ ପଞ୍ଜାବ ଗସ୍ତ । ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏଭଳି ପଞ୍ଜାବ ଗସ୍ତକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଏ ମଧ୍ୟରେ ପଞ୍ଜାବର ପୂର୍ବତନ ପୁଲିସ ଇନ୍ସପେକ୍ଟର ଜେନେରାଲ୍ (ଆଇଜି) କୁଅଁର ବିଜୟ ପ୍ରତାପ ଅମୃତସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦଳର ରାଜ୍ୟ ମୁଖ୍ୟ ଭଗବନ୍ତ ମନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଆପରେ ଯୋଗ ଦେଇଛନ୍ତି।

AAP: Cong, SAD in cahoots over IG Kunwar Vijay Partap's resignation Tribune India

ଏହି ଅବସରରେ ଆପର ପଞ୍ଜାବ ବ୍ୟାପାର ଇନଚାର୍ଜ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଆପରେ ଯୋଗଦେବା ପରେ ପ୍ରତାପ କହିଛନ୍ତି ଯେ, "ବର୍ତ୍ତମାନ ଆମେ ପବିତ୍ର ସହରରୁ ଏକ ବିପ୍ଳବ ଆରମ୍ଭ କରିବାକୁ ଯାଉଛୁ। ଲୋକଙ୍କ ଶକ୍ତି ନିଶ୍ଚିତ ଲୋକଙ୍କ ପାଖକୁ ଯିବ | ଆମେ ନୂତନ ରାଜନୈତିକ କ୍ଷେତ୍ର ପ୍ରତିଷ୍ଠା କରିବାକୁ ଆସିଛୁ, ଯେଉଁଠାରେ ଆମେ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବୁ | ଯଦି ଲୋକଙ୍କୁ ନ୍ୟାୟ ନାହିଁ, ତେବେ ଏହା ବ୍ୟବସ୍ଥାରେ ବିଫଳତାର ସଙ୍କେତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe