ଆଉ ତିନି ମାସ ବଢ଼ିଲା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା

Advertisment
ଆଉ ତିନି ମାସ ବଢ଼ିଲା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା

Image Courtesy of Zee News

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ‘ପବ୍ଲିକ୍ ସେଫ୍‌ଟି ଆକ୍ଟ୍‌’ରେ ‘ପିପୁଲ୍ସ୍‌ ଡେମୋକ୍ରାଟିକ୍ ପାର୍ଟି’ର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା ପୁଣି ତିନି ମାସ ବଢ଼ାଇ ଦେଇଛନ୍ତି।

ଗତବର୍ଷ ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଉଠାଇବାର କିଛି ଘଣ୍ଟା ପୂର୍ବରୁ ମୁଫ୍‌ତି ଏବଂ ଅନ୍ୟମାନଙ୍କୁ ହାଜତକୁ ନିଆଯାଇଥିଲା। ୨୦୨୦, ଅଗଷ୍ଟ ୫ ତାରିଖ ଦିନ ମୁଫ୍‌ତିଙ୍କର ଅଟକ ଆଦେଶନାମା ଶେଷ ହେବାକୁ ଯାଉଥିଲା। ସମ୍ପ୍ରତି ‘ପବ୍ଲିକ୍ ସେଫ୍‌ଟି ଆକ୍ଟ୍‌’ରେ ଅଟକ ଥିବା ଏକମାତ୍ର ରାଜନେତ୍ରୀ ହେଉଛନ୍ତି ମୁଫ୍‌ତି।

publive-image Image Courtesy of Hindustan Times

ମୁଫ୍‌ତି ତାଙ୍କ ଆବାସିକ କାର୍ଯ୍ୟାଳୟରେ ଆଉ ତିନି ମାସ ଅଟକ ରହିବେ ବୋଲି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ କହିଛି। ପୂର୍ବରୁ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ଶାଖା ଜେଲ୍‌ ଭାବେ ଘୋଷଣା କରାଯାଇଥିଲା।

ଜମ୍ମୁ ଓ କଶ୍ମୀରର ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ଏବଂ ତାଙ୍କ ପୁତ୍ର ଓମାର ଅବ୍ଦୁଲ୍ଲାଙ୍କ ସମେତ ଅନ୍ୟ କେତେକ ପ୍ରମୁଖ ରାଜନେତା ହାଜତରୁ ମୁକ୍ତ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe