ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମିଳିଲା ନେତାଜୀ ପୁରସ୍କାର-୨୦୨୨

Advertisment
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମିଳିଲା ନେତାଜୀ ପୁରସ୍କାର-୨୦୨୨

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମିଳିଲା ନେତାଜୀ ପୁରସ୍କାର-୨୦୨୨। ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସିଞ୍ଜୋ ଆବେଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। କୋଲକାତାରେ ଥିବା ଜାପାନର କନସୁଲ୍ ଜେନେରାଲ୍ ନାକାମୁରା ୟୁଟାକା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଭାରତରେ ଜାପାନର ରାଷ୍ଟ୍ରଦୂତ ଥିବା ସତୋଶୀ ସୁଜୁକି ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ନୂଆଦିଲ୍ଲୀରୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଏହି ପୁରସ୍କାର ଦେବା ସମୟରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀଙ୍କର ନାତି ତଥା ନେତାଜୀ ରିସର୍ଚ୍ଚ ବ୍ୟୁରୋର ନିର୍ଦ୍ଦେଶକ ସୁଗତା ବୋଷ, ଆବେଙ୍କୁ ନେତାଜୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ।

ତେବେ  ଆଜି ଠାରୁ ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀଙ୍କର ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିବେ। ନେତାଜୀଙ୍କର ଗ୍ରେନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହୋଇ ସ୍ଥାପନା ହେବା ପର୍ଯ୍ୟନ୍ତ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିଟି ପ୍ରଦର୍ଶନ ହେଉଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe