ଆତଙ୍କବାଦୀ ପାଲଟିଥିବା ପୂର୍ବତନ ସାମ୍ବାଦିକ ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ନିହତ

ଆତଙ୍କବାଦୀ ପାଲଟିଥିବା ପୂର୍ବତନ ସାମ୍ବାଦିକ ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ନିହତ

Image Courtesy of WION

ଶ୍ରୀନଗର: ଆତଙ୍କବାଦୀ ପାଲଟିଥିବା ଜଣେ ପୂର୍ବତନ ସାମ୍ବାଦିକଙ୍କ ସମେତ ଆଜି ପ୍ରତ୍ୟୁଷରେ ଶ୍ରୀନଗରର ରୈନାୱାରି ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀର ପୁଲିସ କହିଛି ଯେ, ନିହତଙ୍କ ମଧ୍ୟରୁ ରୟୀସ୍‌ ଅହମଦ୍‌ ଭଟ୍‌ ନାମରେ ଜଣେ ଆତଙ୍କବାଦୀ ପୂର୍ବରୁ ଅନନ୍ତନାଗରେ ‘ଭେଲି ନିଉଜ୍‌ ସର୍ଭିସ୍‌’ ବୋଲି ଗୋଟାଏ ଅନ୍‌ଲାଇନ୍‌ ନିଉଜ୍‌ ପୋର୍ଟାଲ୍‌ ଚଳାଉଥିଲେ। ଗତବର୍ଷ ଅଗଷ୍ଟ ମାସରେ ସେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ରେ ଯୋଗ ଦେଇଥିଲେ। ଜମ୍ମୁ ଓ କଶ୍ମୀର ପୁଲିସ ତାଙ୍କୁ ‘ଗ’ ବର୍ଗର ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିଥିଲା।

ଆତଙ୍କବାଦଜନିତ ଅପରାଧ ଅଭିଯୋଗରେ ଆଗରୁ ତାଙ୍କ ବିରୁଦ୍ଧରେ ୨ଟି ‘ଏଫ୍‌ଆଇଆର୍‌’ ପଞ୍ଜିକୃତ ହୋଇସାରିଥିବା କଥା ମଧ୍ୟ ପୁଲିସ କହିଛି।

publive-image

କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଆତଙ୍କବାଦ ଅପରାଧରେ ଜଣେ ପୂର୍ବତନ ସାମ୍ବାଦିକଙ୍କ ସମ୍ପୃକ୍ତି ଗଣମାଧ୍ୟମର ଦୂରୁପଯୋଗ ‌କରାଯାଉଥିବାର ସ୍ପଷ୍ଟ ସୂଚନା ଦେଉଛି।

ଉପରୋକ୍ତ ଏନ୍‌କାଉଣ୍ଟ୍‌ରରେ ନିହତ ଆର ଆତଙ୍କବାଦୀଜଣକ ହେଉଛନ୍ତି ବିଜବେହରା ବାସିନ୍ଦା ହିଲାଲ୍‌ ଅହମଦ୍‌ ରାହମ୍‌। ସେ ମଧ୍ୟ ‘ଗ’ ବର୍ଗର ଆତଙ୍କବାଦୀ।

ସାଧାରଣ ନାଗରିକଙ୍କ ହତ୍ୟା ସମେତ ଦୁହେଁ ନିକଟ ଅତୀତରେ ସଙ୍ଘଠିତ କେତେଗୁଡ଼ିଏ ଆତଙ୍କବାଦ ଅପରାଧରେ ସମ୍ପୃକ୍ତ ଥିଲେ ବୋଲି କୁମାର କହିଛନ୍ତି।

ଏନ୍‌କାଉଣ୍ଟର୍‌ସ୍ଥଳରୁ ଅସ୍ତ୍ରଶସ୍ତ୍ର ସମେତ କିଛି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

ଜମ୍ମୁ ଓ କଶ୍ମୀର ପୁଲିସ ଓ ‘ସିଆର୍‌ପିଏଫ୍‌’ ମିଳିତ ଭାବେ ଏହି ଏନ୍‌କାଉଣ୍ଟର୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe