ପୂର୍ବତନ ବିଧାୟକଙ୍କୁ ପିଟିପିଟି ହତ୍ୟା

Advertisment
ପୂର୍ବତନ ବିଧାୟକଙ୍କୁ ପିଟିପିଟି ହତ୍ୟା

The News Now

ଲକ୍ଷ୍ନୌ : ଜମି ବିବାଦକୁ କେନ୍ଦ୍ର କରି ଉତ୍ତରପ୍ରଦେଶରେ ଜଣେ ପୂର୍ବତନ ବିଧାୟକ ନିରବେନ୍ଦ୍ର କୁମାର ମିଶ୍ରାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ନିରବେନ୍ଦ୍ରଙ୍କ ପୁଅଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ସେ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀପୁର ଖେରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଲକ୍ଷ୍ମୀପୁର ଥାନାର ସମ୍ପୂର୍ଣ୍ଣାନଗର ଅଞ୍ଚଳରେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସାଢ଼େ ୩ ଏକରର ଏକ ଜମି ଉପରେ ମାଲିକାନାକୁ ନେଇ କିଛି ବର୍ଷ ଧରି ନିରବେନ୍ଦ୍ର ଏବଂ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ନିରବେନ୍ଦ୍ରଙ୍କୁ ତାଙ୍କ ବିରୋଧୀ ଘେରିଯାଇ ଲୁହାଛଡ଼ ଓ ଲାଠିରେ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍‌ ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ନିରବେନ୍ଦ୍ର ନିଘାସନ ବିଧାନସଭା ଆସନରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe