ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ନିଖୋଜ: ମୁଜାଫରପୁର ସେକ୍ସ ସ୍କାଣ୍ଡାଲ୍‌ ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଲେ ବିହାର ସରକାର

Advertisment
ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ କାହିଁକି ଏଯାବତ୍‌ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିବା ସହ ବର୍ଷିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମୁଜାଫରପୁର ସେଲ୍‌ଟର ହୋମ୍‌ ସ୍କାଣ୍ଡାଲ୍‌ ମାମଲାରେ ପଦ ଛାଡ଼ିଥିବା ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ପତ୍ତା ମିଳୁନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ବିହାର ସରକାର କହିଛନ୍ତି। ପୂର୍ବତନ ମନ୍ତ୍ରୀ ବର୍ମାଙ୍କ ଫାର୍ମ ହାଉସରୁ ବନ୍ଧୁକର କାଟ୍ରିଜ୍‌ ମିଳିବା ଘଟଣାରେ ତାଙ୍କୁ ପୁଲିସ ଖୋଜୁଥିବା ବେଳେ ସେ ନିଖୋଜ ହୋଇଥିବା ଜଣାପଡ଼ିଛି।

ଜେଡିୟୁ ନେତ୍ରୀ ମଞ୍ଜୁ ବର୍ମା ବିହାରର ସମାଜ ମଙ୍ଗଳ ବିଭାଗ ମନ୍ତ୍ରୀ ଥିବା ବେଳେ ମୁଜାଫରପୁରରେ ଥିବା ଏକ ସେଲଟର ହୋମ୍‌ରେ ବହୁ ମହିଳାଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରାଯାଇଥିଲା। ଏହି ସେଲଟର ହୋମ୍‌ର ପରିଚାଳକ ବ୍ରଜେଶ ଠାକୁର ସହ ମନ୍ତ୍ରୀଙ୍କ ପତିଙ୍କର ସଂପର୍କ ଥିବା କଥା ଜଣାପଡ଼ିବା ପରେ ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ନଜରକୁ ଆସିଥିଲେ।

ଗତ ଅଗଷ୍ଟରେ ସିବିଆଇ ତାଙ୍କ ଘର ଓ ଫାର୍ମହାଉସରେ ଚଢାଉ କରାଯିବା ବେଳେ ୫୦ରୁ ଅଧିକ କାଟ୍ରିଜ୍‌ ଜବତ ହୋଇଥିଲା। ଏହା ପରେ ଆର୍ମସ୍‌ ଆକ୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅକ୍ଟୋବର ୫ ତାରିଖରେ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ ପାଟନା ହାଇକୋର୍ଟ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe