‘ବିଜେପି ଓ ଏହାର ମୁଖ୍ୟମନ୍ତ୍ରୀ ଚୌହାନ୍‌ଙ୍କୁ ଶାସନ କ୍ଷମତାରୁ ଓପାଡ଼ି ନର୍ମଦା ନଦୀରେ ନ ଫୋପାଡ଼ିବା ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ୱାସ ନେବି ନାହିଁ’; କମ୍ପ୍ୟୁଟର ବାବା

‘ବିଜେପି ଓ ଏହାର ମୁଖ୍ୟମନ୍ତ୍ରୀ ଚୌହାନ୍‌ଙ୍କୁ ଶାସନ କ୍ଷମତାରୁ ଓପାଡ଼ି ନର୍ମଦା ନଦୀରେ ନ ଫୋପାଡ଼ିବା ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ୱାସ ନେବି ନାହିଁ’; କମ୍ପ୍ୟୁଟର ବାବା

ଭୋପାଳ (ମଧ୍ୟପ୍ରଦେଶ): ବିଜେପି ଶାସିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱତନ୍ତ୍ର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ପାଇଥିବା ଆତ୍ମଘୋଷିତ ‘ଗଡ୍‌ମ୍ୟାନ୍‌’ କମ୍ପ୍ୟୁଟର ବାବା ଓରଫ ନାମଦେଓ ଦାସ ତ୍ୟାଗୀ ନିଜ ପଦବୀରୁ ଇସ୍ତଫା ଦେବାପରେ ଉଭୟ ବିଜେପି ଓ ମୁଖ୍ୟମନ୍ତ୍ରୀ ଚୌହାନ୍‌ଙ୍କ ପ୍ରତି ରକ୍ତମୁଖା ହୋଇ ଉଠିଛନ୍ତି। ଆଜି ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାର ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିବା ସହ, ଯେ ପର୍ଯ୍ୟପ୍ତ ବିଜେପି ଓ ଏହାର ମୁଖ୍ୟମନ୍ତ୍ରୀ ଚୌହାନ୍‌ଙ୍କୁ ଶାସନ କ୍ଷମତାରୁ ଓପାଡ଼ି ନର୍ମଦା ନଦୀରେ ଫୋପାଡ଼ି ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ସେ ଶାନ୍ତିରେ ନିଃଶ୍ୱାସ ନେବେ ନାହିଁ ବୋଲି କହିଛନ୍ତି। ନିଜର ଶାସନ କାଳରେ ମୁଖ୍ୟମନ୍ତ୍ରୀ ଚୌହାନ୍‌ ରାଜ୍ୟର ଜନତାକୁ ବୋକା ବନାଇ ବ୍ୟାପମ୍‌ ସ୍କାମ୍‌ ଠାରୁ ଆରମ୍ଭ କରି ଆହୁରି ବହୁ ଘୋଟାଲାରେ ସଂପୃକ୍ତ ରହି କୋଟି କୋଟି ଟଙ୍କା ହଡ଼ପ୍‌ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

publive-image

ଆଜି ଭୋପାଳ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କମ୍ପ୍ୟୁଟର ବାବା କହିଛନ୍ତି ଯେ ମୋର ନିଜସ୍ୱ କୌଣସି ପ୍ରକାରର ବ୍ୟକ୍ତଗତ ଉଦ୍ଦେଶ୍ୟ ବା ଅଭିଳାଷା ନାହିଁ। ମୋର ମୋ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଓ ବ୍ରତ ହେଉଛି ମଧ୍ୟପ୍ରଦେଶର ଜୀବନରେଖା ନର୍ମଦା ନଦୀର ସଂରକ୍ଷଣ ଓ ଗୋମାତାର ସୁରକ୍ଷା। କିନ୍ତୁ ଏଥିପ୍ରତି ବିଜେପି ଓ ଏହାର ମୁଖ୍ୟମନ୍ତ୍ରୀ ଚୌହାନ ସଂପୂର୍ଣ୍ଣ ଉଦାସୀନ। ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଚୌହାନ୍‌ ମଧ୍ୟ ସାଧୁସନ୍ଥ ବିରୋଧୀ। ସେଥିପାଇଁ ଏବେ ଦେଶର ସବୁସନ୍ଥ ଏକତ୍ରିତ ହୋଇ ‘ନର୍ମଦା ସଂସଦ’ ନାମରେ ଏକ ସଂଗଠନ ଗଠନ କରିବା ସହ, ଯେ ପର୍ଯ୍ୟପ୍ତ ମଧ୍ୟପ୍ରଦେଶରୁ ବିଜେପି ଓ ଏହାର ମୁଖ୍ୟମନ୍ତ୍ରୀ ଚୌହାନ୍‌ଙ୍କୁ ଶାସନ କ୍ଷମତାରୁ ଓପାଡ଼ି ନର୍ମଦା ନଦୀରେ ଫୋପାଡ଼ି ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ସେମାନେ ଶାନ୍ତିରେ ନିଃଶ୍ୱାସ ନେବେ ନାହିଁ ବୋଲି ଶପଥ ନେଇଛନ୍ତି ବୋଲି କହିଛନ୍ତି, କମ୍ପ୍ୟୁଟର ବାବା ଓରଫ ନାମଦେଓ ଦାସ ତ୍ୟାଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe