ବାୟୁସେନା ଷ୍ଟେସନରେ ବେଆଇନ ପ୍ରବେଶ କରି ପୂର୍ବତନ ଅଧିକାରୀ ଗିରଫ

Advertisment

ପର୍ଦ୍ଦାଫାସ୍‌ କଲା ଏନ୍‌ଆଇଏ

ପର୍ଦ୍ଦାଫାସ୍‌ କଲା ଏନ୍‌ଆଇଏ

ବାୟୁସେନା ଷ୍ଟେସନରେ ବେଆଇନ ପ୍ରବେଶ କରି ପୂର୍ବତନ ଅଧିକାରୀ ଗିରଫ

huffpost.com

ଚଣ୍ଡିଗଡ଼ : ମିଆଦ ପୂର୍ଣ୍ଣ ହୋଇଥିବା ପରିଚୟ ପତ୍ରର ଫଟୋକପି ଆଧାରରେ ଭାରତୀୟ ବାୟୁସେନା ବେସ୍‌ ମରାମତି ଡିପୋ (ବିଆର୍‌ଡି) ହାଲୋମାଜ୍ରା ଅଞ୍ଚଳରେ ପ୍ରବେଶ କରିଥିବାରୁ ପୁଲିସ ଅବସରପ୍ରାପ୍ତ ଜୁନିଅର ୱାରେଣ୍ଟ ଅଧିକାରୀ ନରେଶ ଚନ୍ଦ୍ର ସାଲଗୋତ୍ରାଙ୍କୁ ଗିରଫ କରିଛି। ସଲଗୋତ୍ରାଙ୍କୁ ଗାର୍ଡ ସର୍ଜେଣ୍ଟ ଅଜିତ ସିଂ ଗିରଫ କରିଥିବା ପୁଲିସ କହିଛି। ପରିଚୟ ପତ୍ରର ଫଟୋକପିକୁ ପୁଲିସ ଜବତ କରିଛି। ଆଇପିସିର ଧାରା ୪୧୯ (ଛଦ୍ମନାମ) ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ଜାମିନରେ ଛଡ଼ା ଯାଇଛି। ସେକ୍ଟର ୩୧ ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା।

ସେହିଭଳି ଘଟଣାରେ, ଜାନୁଆରି ୧୮ରେ ଆଇଏଏଫ୍‌ର ଅନ୍ୟ ଜଣେ ଅବସରପ୍ରାପ୍ତ ଅଧିକାରୀ ଚଣ୍ଡିଗଡ଼ର ୩ ବିଆର୍‌ଡି ବାୟୁସେନା ଷ୍ଟେସନରେ ନିଜର ମିଆଦ ପୂର୍ଣ୍ଣ ପରିଚୟ ପତ୍ରର ଫଟୋକପି ଆଧାରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। ପଞ୍ଜାବର ମୋହାଲି ଜିଲ୍ଲାର ନୂଆ ଚଣ୍ଡିଗଡ଼ର ଇକୋ ସିଟି ବାସିନ୍ଦା ୪୫ ବର୍ଷୀୟ ଅବସରପ୍ରାପ୍ତ ସରୋଜ ପୱନ ରୋହିଲା ୩ ବିଆର୍‌ଡି ମୁଖ୍ୟ ଫାଟକରେ ଧରାପଡିଥିଲେ। ସୂତ୍ରରୁ ପ୍ରକାଶ ଯେ ରୋହିଲା ଡ୍ୟୁଟିରେ ଥିବା ସର୍ଜେଣ୍ଟ ଅଜିତ ସିଂଙ୍କୁ ତାଙ୍କ ପରିଚୟ ପତ୍ରର ରଙ୍ଗୀନ କପି ‌ଦେଖାଇଥିଲେ। ଅଧିକାରୀ ଏହାକୁ ନକଲି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe