ହରିୟାଣାରେ ଆଇସ୍‌କ୍ରିମ ବିକୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ: ପରିବାରର ୨୮ ସଦସ୍ୟଙ୍କ ସହ ତାଙ୍କୁ ଦେଶାନ୍ତର କରାଯିବ କି?

Advertisment

ପାକିସ୍ତାନର ପୂର୍ବତନ ସାଂସଦ ଦବାୟା ରାମ ଏବେ ହରିୟାଣାରେ ରହୁଛନ୍ତି। ପରିବାରର ୬ ଜଣ ସଦସ୍ୟଙ୍କୁ ଭାରତୀୟ ନାଗରିକତା ମିଳିଛି। ନାଗରିକତା ଆବେଦନ ଅନୁମୋଦନ ଅପେକ୍ଷାରେ ଆହୁରି ୨୮ ଜଣ ସଦସ୍ୟ ଅଛନ୍ତି ।

ପାକିସ୍ତାନର ପୂର୍ବତନ ସାଂସଦ ଦବାୟା ରାମ ଏବେ ହରିୟାଣାରେ ରହୁଛନ୍ତି। ପରିବାରର ୬ ଜଣ ସଦସ୍ୟଙ୍କୁ ଭାରତୀୟ ନାଗରିକତା ମିଳିଛି। ନାଗରିକତା ଆବେଦନ ଅନୁମୋଦନ ଅପେକ୍ଷାରେ ଆହୁରି ୨୮ ଜଣ ସଦସ୍ୟ ଅଛନ୍ତି ।

scscsc

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାଂସଦ ଦବାୟା ରାମ ଏବେ ହରିୟାଣାରେ ରହୁଛନ୍ତି। ପରିବାରର ୬ ଜଣ ସଦସ୍ୟଙ୍କୁ ଭାରତୀୟ ନାଗରିକତା ମିଳିଛି। ନାଗରିକତା ଆବେଦନ ଅନୁମୋଦନ ଅପେକ୍ଷାରେ ଆହୁରି ୨୮ ଜଣ ସଦସ୍ୟ ଅଛନ୍ତି । ନିକଟରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭିସାରେ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ  ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହି ନିର୍ଦ୍ଦେଶ ପରେ  ହରିୟାଣାର ଫତେହାବାଦ ଜିଲ୍ଲାରେ ରହୁଥିବା ପାକିସ୍ତାନର ପୂର୍ବତନ ସାଂସଦ ଦବାୟା ରାମଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି। ଦବାୟାରାମ ଆଇସ୍‌କ୍ରିମ ବିକ୍ରି କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ଭିସା ବାବଦରେ ସରକାରୀ ନିର୍ଦ୍ଦେଶ ପରେ ସ୍ଥାନୀୟ ପୁଲିସ ଦବାୟା ରାମଙ୍କ ପରିବାରକୁ ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ପରେ ସେମାନଙ୍କୁ ଫତେହାବାଦ ଜିଲ୍ଲାର ରତିଆ ତହସିଲଅନ୍ତର୍ଗତ ରତନଗଡ଼ ଗାଁରେ ଥିବା ନିଜ ଘରକୁ ଫେରିବାକୁ ଅନୁମତି ଦିଆଯାଇଥିଲା। 

ପାକିସ୍ତାନର ପଞ୍ଜାବରେ ବିଭାଜନର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଜନ୍ମଗ୍ରହଣ କରିଥିବା ଦବାୟା ରାମ ଧାର୍ମିକ ଚାପ ସତ୍ତ୍ୱେ ୧୯୪୭ ପରେ ଏହି ଦେଶରେ ରହିଥିଲେ। ସେ ଏବଂ ତାଙ୍କ ପରିବାର ଜବରଦସ୍ତ ଧର୍ମପରିବର୍ତ୍ତନକୁ ବିରୋଧ କରିଥିଲେ ଏବଂ ସମୟକ୍ରମେ ପରିସ୍ଥିତି ଅଧିକ ପ୍ରତିକୂଳ ହୋଇଥିଲା । ୧୯୮୮ମସିହାରେ  ବଖର ଜିଲ୍ଲାରୁ ଦବାୟା ରାମ ପାକିସ୍ତାନର ଜାତୀୟ ପ୍ରତିନିଧି ସଭାକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଏହାପରେ ବିଭିନ୍ନ ସମୟରେ ତାଙ୍କ ପରିବାର ପ୍ରତି ଜୁଲମ ବଢ଼ିବାରୁ ସେମାନେ ଭାରତ ଚାଲିଆସିଥିଲେ। ହରିୟାଣାର ରାଜନୈତିକ ଗୋଷ୍ଠୀ ଓ ସମ୍ପ୍ରଦାୟ  ନେତାଙ୍କ ସହାୟତାରେ ଦବାୟା ରାମ ଭାରତୀୟ ନାଗରିକତା ହାସଲ କରିଥିଲେ।  ବର୍ତ୍ତମାନ ଭାରତରେ ଅନୁଭବ କରୁଥିବା ନିରାପତ୍ତା ଏବଂ ଭାଇଚାରା ଭାବନା ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। 

ସୂଚନାଯୋଗ୍ୟ, ପାକିସ୍ତାନରେ ଜନ୍ମ ସମୟରେ ତାଙ୍କ ନାମ ଦେଶରାଜ ରଖାଯାଇଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ଭୋଟର୍‌ କାର୍ଡ ତିଆରି କରିବାକୁ ଆସିଥିବା ଅଧିକାରୀମାନେ ବଳପୂର୍ବକ ତାଙ୍କ ନାମ ପରିବର୍ତ୍ତନ କରି ଦବାୟା ରାମ ରଖିଥିଲେ। ୧୯୮୮ମସିହାରେ ପାକିସ୍ତାନର ନ୍ୟାସନାଲ ଆସେମ୍ଲି ସଦସ୍ୟ ତାଲିକାରେ ତାଙ୍କ ନାମ ଆଲ୍ଲା ଦବାୟା ନାମରେ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe