‌ଆର୍ଥିକ ସମସ୍ୟା ପାଇଁ ଜୋତା ଓ କପଡ଼ା ବିକୁଥିବା ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

Advertisment
‌ଆର୍ଥିକ ସମସ୍ୟା ପାଇଁ ଜୋତା ଓ କପଡ଼ା ବିକୁଥିବା ଅମ୍ପେୟାର୍‌ ଅସଦ ରୌଫ୍‌ଙ୍କ ପରଲୋକ

www.aajtak.in

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବୟସରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି।

ସେ ତାଙ୍କର ୧୩ ବର୍ଷର କ୍ୟାରିୟର୍‌ ମଧ୍ୟରେ ୪୯ ଟେଷ୍ଟ୍‌, ୯୮ ୱାନ୍‌ଡେ ଓ ୨୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ଅମ୍ପେୟାରିଂ କରିଛନ୍ତି। ତାଙ୍କ ଉପରେ ୨୦୧୩ ମସିହାରେ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା।

ପୁଣି ୨୦୧୬ ମସିହାରେ ଅସଦ ରୌଫ୍‌ଙ୍କୁ ବିସିସିଆଇ ପ୍ରତିବନ୍ଧକ ଲଗାଇଥିଲା। ପ୍ରତିବନ୍ଧକ ପରେ ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିିଥିଲା। ସେ ଲହୋରର ଏକ ବଜାରରେ ଜୋତା ଓ କପଡ଼ାର ଏକ ଦୋକାନ କରିଥି‌ଲେ।

ଅଚାନକ ଏପରି ଅସଦଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ଦେଇଛନ୍ତି ତାଙ୍କ ଭାଇ ତାହିର ରୌଫ୍‌। ତାହିର କହିଛନ୍ତି ଯେ ଅସଦ ବୁଧବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେହି ସମୟରେ ଅଚାନକ ତାଙ୍କର ଛାତି ଯନ୍ତ୍ରଣା ହେଲା। ତାପରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

୨୦୧୨ ମସିହାରେ ଅସଦ ମୁମ୍ବାଇର ଜଣେ ମଡେଲଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ମଡେଲ୍‌ ଜଣକ ଅଭିଯୋଗ ଆଣିଥିଲେ ପାକିସ୍ତାନୀ ଅମ୍ପେୟାର୍‌ ଜଣକ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଯୌନ ସଂପର୍କ ରଖିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ତାଙ୍କ କଥାକୁ ଓହରି ଯାଇ ବିବାହ କରିବାକୁ ମନା କରିଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe