ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ବି ଭେଣ୍ଟିଲେଟରରେ

Advertisment
ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ପୁଅଙ୍କୁ ଗାଁର ପଣସ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

image source--the hindu businesss-line

ନୂଆଦିଲ୍ଲୀ : ଶୁକ୍ରବାର ସୁଦ୍ଧା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରାଲ ହସ୍ପିଟାଲ୍‌ରେ ସେ ଏବେ ବି ସେମିତି ପୂର୍ବପରି ଭେଣ୍ଟିଲେଟରରେ ରହିଛନ୍ତି ବୋଲି ତାଙ୍କୁ ନିରୀକ୍ଷଣ କରୁଥିବା ଡାକ୍ତର କହିଛନ୍ତି। ସୂଚନା ଥାଉ କି, ଗତ ରବିବାର ସେ ରାଜାଜୀମାର୍ଗ ସ୍ଥିତ ବାସଭବନରେ ବୁଲୁଥିବା ବେଳେ ତଳେ ଖସି ପଡ଼ିବାରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ମସ୍ତିଷ୍କରୁ ଉକ୍ତ ରକ୍ତ ପିଣ୍ଡୁଳାକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବା ଲାଗି ଶ୍ରୀ ମୁଖାର୍ଜୀ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ତେବେ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଟ୍ବିଟ୍‌ କରି ଜଣାଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଥିବା ବେଳେ ଗତକାଲି ଠାରୁ ଏଯାଏ ଆଉ ଅଧିକ ସେଥିରେ ଅବନତି ଘଟିନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe