ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Advertisment

ମସ୍ତିଷ୍କରେ ଅସ୍ତ୍ରୋପଚାର, କରୋନାରେ ମଧ୍ୟ ଆକ୍ରାନ୍ତ

ମସ୍ତିଷ୍କରେ ଅସ୍ତ୍ରୋପଚାର, କରୋନାରେ ମଧ୍ୟ ଆକ୍ରାନ୍ତ

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Newstrack

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି। ମସ୍ତିଷ୍କରେ ଜମାଟ ବାନ୍ଧିଥିବା ରକ୍ତକୁ ସଫଳତାର ସହ କାଢ଼ି ଦିଆଯାଇଛି। ଏବେ ୮୪ ବର୍ଷୀୟ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ବେଳେ ପ୍ରଣବଙ୍କର କରୋନା ପଜିଟିଭ୍‌ ଜଣାପଡ଼ିଥିଲା।

ଖବର ପାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସନ୍ଧ୍ୟାରେ ମେଡିକାଲ ଯାଇ ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ପ୍ରଣବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତ‌ାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ହସ୍ପିଟାଲ୍‌କୁ ଅନ୍ୟ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ କୋଭିଡ-୧୯ ପଜିଟିଭ୍‌ ଆସିଥିଲା ବୋଲି ନିଜେ ପ୍ରଣବ ଟ୍ବିଟ୍‌ କରି ଜଣାଇଥିଲେ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ କୋଭିଡ୍‌ ପରୀକ୍ଷା କରାଇ ନେବାକୁ ପ୍ରଣବ ଟ୍ବିଟ୍‌ କରି ଅନୁରୋଧ କରିଥିଲେ।

ପ୍ରଣବ ମୁଖାର୍ଜୀ ୨୦୧୨ରୁ ୧୦୧୭ ଯାଏ ଭାରତର ରାଷ୍ଟ୍ରପତି ଥିଲେ। ଗତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନା‌ଥ ସିଂହ ଆର୍‌ ଆଣ୍ଡ ଆର୍‌ ହସ୍ପିଟାଲ୍‌ ଗସ୍ତରେ ଯାଇ ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ରାଷ୍ଟ୍ରପତି କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ପ୍ରଣବଙ୍କ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe