୨ କୋଟି ଟଙ୍କା କ୍ଷତିପୂରଣ ଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା

Advertisment
୨ କୋଟି ଟଙ୍କା କ୍ଷତିପୂରଣ ଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା

DNA India

ବେଙ୍ଗାଲୁରୁ: ଏକ ଘରୋଇ ସଂସ୍ଥାକୁ ବଦନାମ କଲା ଭଳି ମନ୍ତବ୍ୟ ଦେବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ନିମ୍ନ ଅଦାଲତ ତାଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଭାବେ ଉକ୍ତ ସଂସ୍ଥାକୁ ଦେବାଲାଗି ନିର୍ଦେଶ ଦେଇଛନ୍ତି। ନନ୍ଦୀ ଇନ୍‌ଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜ୍‌ (ଏନ୍‌ଆଇସିଇ) ନାମକ ସଂସ୍ଥାକୁ ଦେବେଗୌଡ଼ା ଏହି କ୍ଷତିପୂରଣ ରାଶି ଦେବେ ବୋଲି ଅତିରିକ୍ତ ସିଟି ସିଭିଲ୍ ଆଣ୍ଡ୍‌ ସେସନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନିର ଖ୍ୟାତି ପ୍ରତି ଆଞ୍ଚ ପହଞ୍ଚାଇଥିବାରୁ ସେ ଏହି ରାଶି ଦେବେ। ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଏକ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବାବେଳେ ଦେବେଗୌଡ଼ା ଏନ୍‌ଆଇସିଇ ବିରୋଧରେ ଟିପ୍ପଣୀ କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ ଯେତେ ଜିମ ଦରକାର ତାଠାରୁ ଅଧିକ ଜମି ଲୁଟୁଛି ଏହି ସଂସ୍ଥା। ତାଙ୍କର ଏହି ମନ୍ତବ୍ୟ ଉକ୍ତ ସଂସ୍ଥାର ଖ୍ୟାତିକୁ ନଷ୍ଟ କରିଛି ବୋଲି ଦର୍ଶାଇ ଏନ୍‌ଆଇସିଇ ଏକ ମାମଲା ରୁଜୁ କରିଥିଲା। ଏଥିପାଇଁ ୧୦ କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲା। ତେବେ ଅଦାଲତରେ ଦେବେଗୌଡ଼ା ଏହାର ପ୍ରମାଣ ଦେଇପାରିନଥିଲେ। ତେଣୁ ଅଦାଲତ ତାଙ୍କୁ ଏହି କ୍ଷତିପୂରଣ ଦେବାଲାଗି କହିଛି। ଅଦାଲତ କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟ ଏବଂ ସର୍ବୋଚ୍ଚ ଅଦାଲତରେ କମ୍ପାନିର ପ୍ରକଳ୍ପ ଗୁଡ଼ିକୁ ଅନେକ ମାମଲାରେ ସବୁଜ ସଙ୍କେତ ଦିଆଯାଇଛି। ତେଣୁ ଏଭଳି ନିନ୍ଦାସୂଚକ ମନ୍ତବ୍ୟ ଦେଲେ ଭବିଷ୍ୟତରେ ଏଭଳି ମେଗା ପ୍ରକଳ୍ପ ବିଳମ୍ବିତ ହେବ। ତେଣୁ କୌଣସି ଗଣମାଧ୍ୟମରେ ଭବିଷ୍ୟତରେ କମ୍ପାନି ବିରୋଧରେ ଏଭଳି ନିନ୍ଦାସୂଚକ ମନ୍ତବ୍ୟ ନଦେବାଲାଗି କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe