ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଉବା ଓ ପତ୍ନୀ

ନେପାଳରେ ହିଂସାତ୍ମକ ଆନ୍ଦୋଳନ ଲଗାତାର ଦ୍ବିତୀୟ ଦିନରେ ଜାରି ରହିଥିବାବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ତାଙ୍କ ପତ୍ନୀ ଅର୍ଜୁ ରାଣା ଦେଉବାଙ୍କ...

Untitled-12

କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ଆନ୍ଦୋଳନ ଲଗାତାର ଦ୍ବିତୀୟ ଦିନରେ ଜାରି ରହିଥିବାବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଏବଂ ତାଙ୍କ ପତ୍ନୀ ଅର୍ଜୁ ରାଣା ଦେଉବାଙ୍କ ଉପରେ ଆନ୍ଦୋଳନକାରୀ ଆକ୍ରମଣ କରିଛନ୍ତି।

ଆନ୍ଦୋଳନକାରୀ କାଠମାଣ୍ଡୁର ବୁଦାନଳକଣ୍ଠ ସ୍ଥିତ ଦେଉବାଙ୍କ ବାସଭବନର ପଶିଥିଲେ। ସେମାନେ ଦେଉବା ଏବଂ ତାଙ୍କ ପତ୍ନୀ ଯିଏ କି ଦେଶର ବିଦେଶ ମନ୍ତ୍ରୀ ଅଛନ୍ତି ତାଙ୍କୁ ମାଡ଼ ମାରିଥିଲେ। ତେବେ ସୌଭାଗ୍ୟବଶତଃ ସୁରକ୍ଷାକର୍ମୀ ଉଭୟଙ୍କୁ ଉଦ୍ଧାର କରିନେଇଥିଲେ। ଅର୍ଜୁ  ଦେଉବାଙ୍କ ମୁହଁରୁ ପ୍ରବଳ ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ୫୦ରୁ ଅଧିକ ରାଜନେତାଙ୍କ ବାସଭବନ, ଦଳୀୟ ଅଫିସ୍‌ ଏବଂ ଥାନାଗୁଡ଼ିକରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe