ଦକ୍ଷିଣ କୋରିଆର ପୂର୍ବତନ ପ୍ରଥମ ମହିଳା ଗିରଫ

ଜେଲରେ ଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଅନ୍‌ଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଲାଞ୍ଚ କାରବାର ଓ ଷ୍ଟକ୍ ହେରଫେର ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା....

fshfxvbxvbbv

ସିଓଲ: ଜେଲରେ ଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲଙ୍କ ପତ୍ନୀ କିମ୍ କିଅନ୍‌ଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଲାଞ୍ଚ କାରବାର ଓ ଷ୍ଟକ୍ ହେରଫେର ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଅଦାଲତ ବଳିଷ୍ଠ ପ୍ରମାଣ ଆଧାରରେ ତାଙ୍କୁ ଜେଲ୍‌ ପଠାଇଛନ୍ତି। ଦକ୍ଷିଣ କୋରିଆର ପୂର୍ବତନ ପ୍ରଥମ ମହିଳା କିମ୍ କୋର୍ଟରେ ଶୁଣାଣିବେଳେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ପ୍ରମାଣ ନଷ୍ଟ ଆଶଙ୍କାରେ କୋର୍ଟ ତାଙ୍କୁ ଅଟକ ରଖିବାକୁ ନି‌ର୍ଦ୍ଦେଶ ଦେଇଥିଲେ ଏବଂ ଗତରାତିରୁ ସେ ଜେଲ୍‌ରେ ଅଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଜେଲ୍‌ ଯିବା ଦକ୍ଷିଣ କୋରିଆରେ ଏକ ଧାରାରେ ପରିଣତ ହୋଇଗଲାଣି। ତେ‌‌ବେ ପ୍ରଥମ ଥର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀଙ୍କୁ ଜେଲ୍‌ ହୋଇଛି। ଦେଶକୁ ଅରାଜକତା ଆଡ଼କୁ ଟାଣି ନେଇଥିବା ସାମରିକ ଆଇନ ଆଣି ୟୁନ୍ ଗତ ଜାନୁଆରିରେ ତଦନ୍ତର ସାମ୍ନା କରିଥିଲେ।  ୨୦୨୨ ଉପନିର୍ବାଚନ ତଥା ଗତବର୍ଷ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ମନୋନୟନରେ ୫୨ ବର୍ଷୀୟ କିମ୍‌ଙ୍କ ମତାମତକୁ ଗୁରୁତ୍ବ ଦିଆଯାଇଥିଲା। କିମ୍‌ କିଅନ୍‌ ମଧ୍ୟ ତାଙ୍କ ସ୍ବାମୀ ରାଷ୍ଟ୍ରପତି ହେବା ପୂର୍ବରୁ  ଅନେକ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ବ୍ୟବସାୟିକ ଲାଭ ପ୍ରଦାନ  ହୀରା ନେକ୍‌ଲେସ ପରି ମୂଲ୍ୟବାନ  ଉପହାର  ଗ୍ରହଣ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe