ଭିକ ମାଗୁଛନ୍ତି ଆଇଆଇଟି କାନପୁରର ପୂର୍ବତନ ଛାତ୍ର

Advertisment
ଭିକ ମାଗୁଛନ୍ତି ଆଇଆଇଟି କାନପୁରର ପୂର୍ବତନ ଛାତ୍ର

Sabrang India

ଗ୍ବାଲିୟର: ବୟସ ୯୦। ଦେହରେ ଛିଣ୍ଡା କପଡ଼ା। ହାତରେ ଭିକ୍ଷା ପାତ୍ର। ହେଲେ କଣ୍ଠରୁ ଉଚ୍ଚାରିତ ହେଉଛି ଅନର୍ଗଳ ଶୁଦ୍ଧ ଇଂରାଜୀ। ମଧ୍ୟପ୍ରଦେଶର ଗ୍ବାଲିୟର ସହରର ବସ୍‌ଷ୍ଟାଣ୍ଡ୍‌ ନିକଟରେ ଥିବା ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରେ ଭିକ ମାଗୁଥିବା ଏହି ବୃଦ୍ଧ ଜଣକ ହେଉଛନ୍ତି ସୁରେନ୍ଦ୍ର ବଶିଷ୍ଠ। ୧୯୬୯ ମସିହାରେ ଆଇଆଇଟି କାନପୁରରୁ ମେକାନିକାଲ ଇଞ୍ଜିନିୟରିଂରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୨ ମସିହାରେ ଲକ୍ଷ୍ନୌରୁ ଏଲ୍‌ଏଲ୍‌ଏମ୍‌ (ଆଇନ)ରେ ସ୍ନାତକ ପାଶ୍ କରିଥିଲେ। ତେବେ ମାନସିକ ସ୍ଥିତି ଠିକ୍‌ ରହୁନଥିବାରୁ ତାଙ୍କର ଏଭଳି ଦୁର୍ଦ୍ଦଶା ହୋଇଛି ଏବଂ ପରିସ୍ଥିତି ତାଙ୍କୁ ଭିକ ମାଗିବାକୁ ବାଧ୍ୟ କରିଛି। ଆଶ୍ରମ ‘ସ୍ବର୍ଗ ସଦନ’ର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ଆଶ୍ରମକୁ ଆଣିଥିଲେ। ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇ ସୁରେନ୍ଦ୍ରଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe