ଗୁରୁଗ୍ରାମ: ପୂର୍ବତନ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାରେ ଗୁରୁଗ୍ରାମ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ପୁଲିସ କୋର୍ଟରେ ୨୫୪ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ରାଧିକାଙ୍କ ବାପା ଦୀପକ ଯାଦବଙ୍କୁ ଏକମାତ୍ର ଅଭିଯୁକ୍ତ ବୋଲି ଦର୍ଶାଯାଇଛି।

Advertisment

ଚାର୍ଜସିଟ୍‌ରେ କ’ଣ ରହିଛି

ଚାର୍ଜସିଟ୍ ଅନୁଯାୟୀ, "ପରିବାରର ସମ୍ମାନ ରକ୍ଷା କରିବା ପାଇଁ" ଦୀପକ ଯାଦବ ତାଙ୍କ ଝିଅକୁ ହତ୍ୟା କରିବା ପାଇଁ ତିନିଥର ଗୁଳି କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ବାପା ଏବଂ ଝିଅଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଗଣ୍ଡଗୋଳ ଲାଗି ରହୁଥିଲା। ଦୀପକ ଯାଦବ ପ୍ରାୟତଃ ରାଧିକାକୁ ବାହାରକୁ ଯାଇ କୋଚିଂ କ୍ଲାସରେ ଯୋଗଦେବାକୁ ବାରଣ କରୁଥିଲେ ଏବଂ ତାଙ୍କୁ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ମଧ୍ୟ କହୁଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଦୀର୍ଘ ସମୟ ଧରି ବଢ଼ିଚାଲିଥିଲା।

୩୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍‌

ପୁଲିସ ତଦନ୍ତ ସମୟରେ ୩୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏହି ମାମଲାରେ ପରବର୍ତ୍ତୀ କୋର୍ଟ ଶୁଣାଣି ଅକ୍ଟୋବର ୧୭ ତାରିଖରେ ହେବ। ଚାର୍ଜସିଟ୍ ଅନୁଯାୟୀ, ଅଭିଯୁକ୍ତ ବାପା ଦୀପକ କହିଛନ୍ତି ଯେ ତାଙ୍କ ଗାଁର ଲୋକମାନେ ତାଙ୍କୁ ଚିଡ଼ାଉଥିଲେ, ସେ ତାଙ୍କ ଝିଅର ରୋଜଗାର ଖାଉଛନ୍ତି ଏବଂ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ତାଙ୍କ ସମ୍ମାନକୁ ଆଘାତ ଦେଉଥିଲା। ତେଣୁ, ସେ ତାଙ୍କ ଝିଅକୁ ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ:ରାଗ ପାଇଁ ଲାଗିଲା ଦାଗ: ଦୀପକ ଯାଦବ ବାପ ନାଁରେ କଳଙ୍କ, ବାପା ଡାକିବାକୁ ଲାଗୁଛି ଲାଜ..

ଚଳିତବର୍ଷ ଜୁଲାଇ ୧୦ ତାରିଖରେ ଗୁରୁଗ୍ରାମର ସେକ୍ଟର ୫୭ରେ ରାଗିଯାଇ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ରାଧିକାଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି।

ପୁଲିସର ସୂଚନା ଅନୁଯାୟୀ, ଦୀପକଙ୍କ ଦ୍ୱାରା ଚଳାଯାଇଥିବା ଚାରୋଟି ଗୁଳି ୨୫ ବର୍ଷୀୟ ପୂର୍ବତନ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳିଙ୍କ ଉପରେ ଲାଗିଥିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ତୁରନ୍ତ ତାଙ୍କ ଘରୁ ଗିରଫ କରାଯାଇଥିଲା। ପ୍ରାରମ୍ଭିକ ପଚରାଉଚରା ସମୟରେ ଦୀପକ ତାଙ୍କ ଝିଅକୁ ଗୁଳି କରିଥିବା ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଧିକାଙ୍କ ଆଇଫୋନ ଖୋଲିବ କି ହତ୍ୟାର ରହସ୍ୟ!

 radhika-yadav-murder-case | tennis-player-radhika-yadav